ମସୋରୀ, ନୈନିତାଲ୍‌ରୁ ଫେରିଲା ୮ ହଜାର ପର୍ଯ୍ୟଟନ ଗାଡ଼ି

ନୂଆଦିଲ୍ଲୀ: ଶୈଳନିବାସ ଗୁଡ଼ିକରେ ଭିଡ଼ ପାଇଁ କେନ୍ଦ୍ର ସରକାର ଏବଂ ଭାରତୀୟ ଭେଷଜ ସଂଘ (ଆଇଏମ୍‌ଏ) ଚିନ୍ତା ପ୍ରକଟ କରିବା ପରେ ଉତ୍ତରାଖଣ୍ଡ ସରକାର ଏ ଦିଗରେ ପଦକ୍ଷେପ ଗ୍ରହଣ କରିଛନ୍ତି। ପର୍ଯ୍ୟଟନ ସ୍ଥଳମାନଙ୍କରେ ଭିଡ଼ କମାଇବା ପାଇଁ ଉତ୍ତରାଖଣ୍ଡ ସରକାରଙ୍କ ନିର୍ଦ୍ଦେଶକ୍ରମେ ଗତ ସପ୍ତାହାନ୍ତରେ ପ୍ରାୟ ୮ ହଜାର ପର୍ଯ୍ୟଟନ ଗାଡ଼ି ମସୋରୀ ଏବଂ ନୈନିତାଲ୍‌ରୁ ଫେରି ଆସିଛି। ଉତ୍ତରାଖଣ୍ଡ ଡିଆଇଜି ନିଳେଶ ଆନନ୍ଦ ଭାରାଣେ କହିଛନ୍ତି, ରାଜ୍ୟ ସୀମାଗୁଡ଼ିକରେ ଚେକ୍‌ପୋଷ୍ଟ ପ୍ରତିଷ୍ଠା ହୋଇଛି। ପର୍ଯ୍ୟଟକମାନେ ଆର୍‌ଟିପିସିଆର୍‌ ନେଗେ‌ଟିଭ୍‌ ରିପୋର୍ଟ ଏବଂ ପୂର୍ବରୁ ହୋଟେଲ୍‌ ବୁକ୍‌ କରିବା ବାଧ୍ୟତା‌ମୂଳକ। ଯଦି ପର୍ଯ୍ୟଟକମାନେ ପୂର୍ବରୁ ‌ହୋଟେଲ୍‌ ବୁକ୍‌ କରିନଥିବେ ତେବେ ସେମାନଙ୍କୁ ଫେରାଇ ଦିଆଯିବ ବୋଲି କୁହାଯାଇଛି। ଇତି ମଧ୍ୟ‌ରେ ଉତ୍ତରାଖଣ୍ଡ ସରକାର ଜୁଲାଇ ୨୦ ପର୍ଯ୍ୟନ୍ତ କୋଭିଡ୍‌ କର୍ଫ୍ୟୁ ବଢ଼ାଇଛନ୍ତି।

ସମ୍ବନ୍ଧିତ ଖବର