ଜମ୍ମୁ- କଶ୍ମୀର ପାଇଁ ୮୦ ହଜାର କୋଟିର ସ୍ୱତନ୍ତ୍ର ପ୍ୟାକେଜ୍‌ ଘୋଷଣା କଲେ ମୋଦୀ ସରକାର

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରୁ ଧାରା ୩୭୦କୁ ପ୍ରତ୍ୟାହାର କରିନେବା ପରେ ଜମ୍ମୁ-କଶ୍ମୀର ପାଇଁ କେନ୍ଦ୍ରର ମୋଦୀ ସରକାର ୮୦ ହଜାର କୋଟି ଟଙ୍କାର ଏକ ସ୍ୱତନ୍ତ୍ର ପ୍ୟାକେଜ୍‌ ମଞ୍ଜୁର କରିଛନ୍ତି। କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ବୁଧବାର ଏହି ଘୋଷଣା କରାଯାଇଛି।

NDTV

ଏହି ସ୍ୱତନ୍ତ୍ର ପ୍ୟାକେଜ୍‌ ଜରିଆରେ ଜମ୍ମୁ-କଶ୍ମୀରରେ ଶିକ୍ଷା, ପର୍ଯ୍ୟଟନ, ଭିତ୍ତିଭୂମି ଆଦି କ୍ଷେତ୍ରରେ ବିକାଶ ଘଟାଯିବା ସହ ଜମ୍ମୁ-କଶ୍ମୀରର ଶିକ୍ଷିତ ବେକାର ଯୁବକଯୁବତୀଙ୍କ ଲାଗି ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବା ସହ ଅଞ୍ଚଳବାସୀଙ୍କର ସାମାଜିକ ଓ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା ଲକ୍ଷ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ କରାଯିବ। ଜମ୍ମୁ- କଶ୍ମୀରର ସର୍ବାଙ୍ଗୀନ ବିକାଶ ଦିଗରେ କେନ୍ଦ୍ର ସରକାର ସବୁମତେ ସାହାଯ୍ୟ ସହଯୋଗ କରିବ ସହ ଏ କ୍ଷେତ୍ରରେ ରହିଥିବା କୌଣସି ସାମାନ୍ୟତମ ସୁଯୋଗକୁ ବି ହାତଛଡ଼ା ହେବାକୁ ଦେବେ ନାହିଁ ବୋଲି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଛି।

ସମ୍ବନ୍ଧିତ ଖବର