ବେଜିଂ: ଭୟଙ୍କର କରୋନା ଭାଇରସ୍ ଯୋଗୁଁ ଚୀନ୍ରେ ମୃତ୍ୟୁସଂଖ୍ୟା ୮୧କୁ ବୃଦ୍ଧି ପାଇଥିବାବେଳେ ୨୮୦୦ ଜଣ ଏହି ଭାଇରସ୍ରେ ଆକ୍ରାନ୍ତ ହୋଇଛନ୍ତି। ହୁବେଇ ପ୍ରଦେଶରେ କରୋନା ଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା ସବୁଠୁ ଅଧିକ । କେବଳ ସୋମବାର ଦିନ ହୁବେଇ ପ୍ରଦେଶରେ ୨୪ ଜଣଙ୍କ ମୃତ୍ୟୁ ହୋଇଛି। ହଂକଂରେ ୮ ଜଣ କରୋନା ଭାଇରସ୍ରେ ଆକ୍ରାନ୍ତ ହୋଇଥିବା ବେଳେ ଏହା ଗତ ଶନିବାର ଦିନ ଭାଇରସ୍ ଏମର୍ଜେନ୍ସି ଜାରି କରିଥିଲା। ତେବେ ଚୀନ୍ ବାଦ୍ ପ୍ରାୟ ୧୦ ଟି ଦେଶରେ କରୋନା ଭାଇରସ୍ ପହଞ୍ଚିଥିବା ଜଣାପଡ଼ିଛି। କିନ୍ତୁ ଏଥିଯୋଗୁଁ ଅନ୍ୟ କେଉଁଠି କାହାର ମୃତ୍ୟୁ ହୋଇନି। ଭାଇରସ୍ ବ୍ୟାପୁଥିବାରୁ ଚୀନ୍ରେ ଲୁନାର ନ୍ୟୁ ଇୟର ଛୁଟି ଫେବ୍ରୁଆରି ୨ ପର୍ଯ୍ୟନ୍ତ ଘୁଞ୍ଚିଛି। ପ୍ରାୟ ୧୮ଟି ଚୀନ୍ ସହର ସମ୍ପୂର୍ଣ୍ଣ ଅଚଳ ହୋଇଯାଇଛି। ଏଠାରେ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡ଼ିକ ବନ୍ଦ ରହିଛି। କଟକଣା ସତ୍ତ୍ବେ ଉହାନ୍ରେ ପ୍ରାୟ ୫ ମିଲିଅନ୍ ଲୋକ ଛୁଟି କାଟିବାପାଇଁ ଉହାନ୍ ଛାଡ଼ିଥିବା ଜଣାପଡ଼ିବାରୁ ଉହାନ୍ରେ ଲୋକମାନଙ୍କ ପାଇଁ ଭିସା ଏବଂ ପାସପୋର୍ଟ ସେବା ବନ୍ଦ ପାଇଁ ନିଷ୍ପତ୍ତି ହୋଇଛି। ଜାନୁଆରି ୩୦ ପର୍ଯ୍ୟନ୍ତ ଚୀନ୍ ନାଗରିକଙ୍କ ପାଇଁ ଭିସା ଏବଂ ପାସପୋର୍ଟ ସେବା ବନ୍ଦ ରହିବ ବୋଲି ଆଜି ଏକ ବିବୃତି ଜାରି କରି କୁହାଯାଇଛି। ଆମେରିକାରେ ୫ ଜଣ କରୋନା ଭାଇରସ୍ ଆକ୍ରାନ୍ତ ଥିବା ଜଣାପଡ଼ିଛି। ୱାସିଂଟନ୍,ଟୋକିଓ ଏବଂ ମସ୍କୋ ଉହାନ୍ ସହରରୁ ଏହାର ନାଗରିକଙ୍କୁ ଖାଲି କରିବାକୁ ଯୋଜନା ପ୍ରସ୍ତୁତ କରିଥିବା ଜଣାପଡ଼ିଛି। ଏଥିସହ ଭାରତ ମଧ୍ୟ ଚୀନ୍ରେ ଥିବା ପ୍ରାୟ ୨୫୦ରୁ ଅଧିକ ଭାରତୀୟଙ୍କୁ ଭାରତକୁ ଫେରାଇ ଆଣିବାକୁ ପ୍ରୟାସ ଜାରି ରହିଛି।
ଚୀନ୍ରେ ମୃତ୍ୟୁ ସଂଖ୍ୟା ୮୧କୁ ବୃଦ୍ଧି, ୨୮୦୦ ଭାଇରସ୍ ଆକ୍ରାନ୍ତ
/sambad/media/post_attachments/wp-content/uploads/2020/01/download-1-14.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)