ଦ୍ରୁତଗତିରେ ବ୍ୟାପୁଛି କରୋନାଭୂତାଣୁ : ଭାରତରେ ଆଉ ୫ ଆକ୍ରାନ୍ତ ଚିହ୍ନଟ, ସଂକ୍ରମିତ ସଂଖ୍ୟା ୮୧ରେ ପହଞ୍ଚିଲା

ନୂଆଦିଲ୍ଲୀ: କରୋନାଭାଇରସ୍‌ ବିଶ୍ୱର ୧୦୦ରୁ ଊର୍ଧ୍ୱ ଦେଶରେ ନିଜର କାୟା ବିସ୍ତାର କରିବାରେ ଲାଗିଛି। ଭାରତରେ ଆଉ ୫ଜଣ କରୋନାଭାଇରସ୍‌ରେ ସଂକ୍ରମିତ ହୋଇଥିବା ଚିହ୍ନଟ ହୋଇଛି। ଏହାକୁ ମିଶାଇଲେ ଆକ୍ରାନ୍ତଙ୍କ ସଂଖ୍ୟା ୮୧ରେ ପହଞ୍ଚି ଯାଇଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ମନ୍ତ୍ରାଳୟର ତଥ୍ୟ ଅନୁସାରେ ୮୧ ଆକ୍ରାନ୍ତଙ୍କ ମଧ୍ୟରୁ ୬୪ଜଣ ଭାରତୀୟ ଥିବା ବେଳେ ୧୬ଜଣ ଇଟାଲୀୟ ଏବଂ ଜଣେ କାନାଡା ନାଗରିକ ଅଛନ୍ତି।

ଗତ ୨୪ଘଣ୍ଟା ଭିତରେ ବିଶ୍ୱରେ କରୋନାଭାଇରସ୍‌ରେ ୨୦ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ଏଯାବତ ବିଶ୍ୱରେ ୧,୩୪,୬୭୯ଜଣ ମାରାତ୍ମକ କରୋନାଭାଇରସ୍‌ରେ ସଂକ୍ରମିତ ହୋଇଥିବା ବେଳେ ୫୦୦୦ଲୋକଙ୍କର ଏହି ଭୂତାଣୁ କାରଣରୁ ମୃତ୍ୟୁ ହୋଇଥିବା କୁହାଯାଉଛି।

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚଓ)ର କହିବାନୁସାରେ, ଗତ ୨୪ଘଣ୍ଟା ମଧ୍ୟରେ ବିଶ୍ୱରେ କରୋନାଭାଇରସ୍‌ରେ ୩୧୨ଜଣଙ୍କ ମୃତ୍ୟୁ ହୋଇଛି।

Image result for 81 positive cases in coronavirus
Outlook India

ଏଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି ୭ଟି ରାଜ୍ୟରେ ସ୍କୁଲ-କଲେଜ ଓ ଶିକ୍ଷାନୁଷ୍ଠାନ ବନ୍ଦ କରିଦିଆଯାଇଛି। ଏଥି  ସହିତ ବିବାହ ଉତ୍ସବ,  ସମ୍ମିଳନୀ-ସମାବେଶ ଓ ସିନେମା ହଲ୍‌କୁ ଆଦିକୁ ବନ୍ଦ କରି ଦିଆଯାଇଛି।

ମହାରାଷ୍ଟ୍ରରେ କରୋନାଭାଇରସ୍‌ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଏଠାରେ ୧୭ଟି ପଜିଟିଭ୍‌ ଘଟଣା ସାମ୍ନାକୁ ଆସିଛି। ପୁଣେରେ ୧୦ଜଣ, ମୁମ୍ବାଇରେ ୩ଜଣ, ଠାଣେରେ ଜଣେ ଓ ନାଗପୁରରେ ୩ଜଣ କରୋନାଭାଇରସ୍‌ରେ ଆକ୍ରାନ୍ତ ହୋଇଥିବା ରିପୋର୍ଟ ପ୍ରକାଶ ପାଇଛି। କେବଳ ଏତିକି ନୁହେଁ, ଏଭଳି ପରିସ୍ଥତିରେ ଇରାନ୍‌ରୁ ୪୪ଜଣ ଭାରତୀୟଙ୍କୁ ଉଦ୍ଧାର କରି ମୁମ୍ବାଇ ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧିତ ଖବର