ନୂଆଦିଲ୍ଲୀ: ଚିତୌଡଗଡ଼ ସହରର ପ୍ରତାପଗଢ଼ ନିବାସୀ ସତପାଲ ସିଂହ ଅରୋଡ ଲ କଲେଜରେ ଭର୍ତ୍ତି ପାଇଁ ପହଞ୍ଚିଥିବା ବେଳେ ସେଠାରେ ଥିବା କର୍ମଚାରୀମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ପରେ ସେମାନେ ସତପାଲ ସିଂହଙ୍କ ଲ ପାଠପଢ଼ା ପ୍ରତି ରୁଚି ଦେଖି ପ୍ରଭାବିତ ହୋଇଥିଲେ। 

Advertisment

୮୧ବର୍ଷୀୟ ସତପାଲ ସିଂହ ଅରୋଡା ପ୍ରମାଣ କରି ଦେଇଛନ୍ତି କି ପାଠପଢ଼ା ପାଇଁ କୌଣସି ବୟସ ନଥାଏ। ସବୁକିଛି ନିଜ ଉପରେ ନିର୍ଭର କରିଥାଏ।

ସତପାଲ ସିଂହ ଅରୋଡା ଲ ପାଠପଢ଼ିବା ପୂର୍ବରୁ ଏମଏ କରିଥିଲେ। ଏମଏ ପାଠପଢ଼ା ଶେଷପରେ ସତପାଲ ତାଙ୍କର ଜଣେ ପରିଚିତ ଏମଏଲବି କଲେଜର ଲେକଚରଙ୍କ ଠାରୁ  ପରାମର୍ଶ ନେଇଥିଲେ। 

ଲ ପାଠପଢ଼ିବାକୁ ନେଇ ସତପାଲ ସିଂହ ଅରୋଡ଼ା କହିଛନ୍ତି,‘ଡିଗ୍ରି ହାସଲ ପାଇଁ କୌଣସି ବୟସ ନାହିଁ। ଆପଣ ଯେକୌଣସି ବୟସରେ ଚାହିଁବେ ଡିଗ୍ରି ହାସଲ କରିପାରିବେ। ମୋର ବୟସ ୮୧ବର୍ଷ ହୋଇଥିଲେ ବି ପାଠପଢ଼ାରେ କେବେ କୌଣସି ଅସୁବିଧା ହୋଇନାହିଁ।  ୪୦ବର୍ଷ ପରେ ମୁଁ ପୁଣିଥରେ କଲେଜ ମାଟି ମାରିଛି।
ଏଲଏଲବି ଶେଷ ପରେ ପିଏଚଡି କରିବାର ଆଶା ରଖିଛି। ମୋର ଦୁଇ ପୁତ୍ର ସନ୍ତାନ ଅଛନ୍ତି। ଦୁଇଜଣ ଇଞ୍ଜିନ ପାର୍ଟ ବିକ୍ରି କରିବା କାମ କରିଥାଆନ୍ତି।