ନ୍ୟାୟ ମିତ୍ରଙ୍କ ସହାୟତାରେ ଓଡ଼ିଶାରେ ୮୧୮ଟି ମାମଲାର ସମାଧାନ

ଭୁବନେଶ୍ବର : ନ୍ୟାୟ ମିତ୍ର (ଏନ୍‌ଏମ୍‌) ଯୋଜନାର ଉଦ୍ଦେଶ୍ୟ ହେଉଛି ଉଚ୍ଚ ନ୍ୟାୟାଳୟ ଓ ଏହା ଅଧୀନସ୍ଥ ନ୍ୟାୟାଳୟଗୁଡ଼ିକରେ ୧୦ ରୁ ୧୫ ବର୍ଷ ପୁରୁଣା ମାମଲାଗୁଡ଼ିକର ଶୀଘ୍ର ସମାଧାନ କରିବା ନିମନ୍ତେ ସୁବିଧା ପ୍ରଦାନ କରିବା । ୨୦୧୭ରେ ନ୍ୟାୟ ମିତ୍ର କାର୍ଯ୍ୟକ୍ରମ ଆରମ୍ଭ ହେବା ପରେ ଆସାମ, ବିହାର, କର୍ଣ୍ଣାଟକ, ମହାରାଷ୍ଟ୍ର, ଓଡ଼ିଶା, ରାଜସ୍ଥାନ, ଉତ୍ତର ପ୍ରଦେଶ ଏବଂ ପଶ୍ଚିମବଙ୍ଗ ରାଜ୍ୟରେ ମୋଟ୍ ୩୮ ଜଣ ନ୍ୟାୟ ମିତ୍ର କାର୍ଯ୍ୟ କରୁଛନ୍ତି। ଓଡ଼ିଶାରେ ୨୦୧୭-୨୦୨୨ ଅବଧିରେ ୪ ଜଣ ନ୍ୟାୟ ମିତ୍ର ନିଯୁକ୍ତ ହୋଇଛନ୍ତି । ଏହି ସମୟ ମଧ୍ୟରେ ନ୍ୟାୟ ମିତ୍ରମାନେ ୮୧୮ଟି ମାମଲା ସମାଧାନରେ ସହାୟତା କରିଛନ୍ତି।

ସମ୍ବନ୍ଧିତ ଖବର