ରାଜସ୍ଥାନ କଂଗ୍ରେସରେ ସଙ୍କଟ: ସଚିନ ପାଇଲଟଙ୍କ ମୁଖ୍ୟମନ୍ତ୍ରୀତ୍ବକୁ ବିରୋଧ କରି ୮୨ ବିଧାୟକଙ୍କ ଇସ୍ତଫା

ଜୟପୁର: ରାଜସ୍ଥାନ କଂଗ୍ରେସରେ ଏବେ ସଙ୍କଟ ଦେଖାଦେଇଛି। ମୁଖ୍ୟମନ୍ତ୍ରୀ ଅଶୋକ ଗେ‌ହଲେଟ ଭରତୀୟ କଂଗ୍ରେସର ମୁଖ୍ୟ ଦୌଡରେ ଥିବାରୁ ରାଜସ୍ଥାନର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ସଚିନ ପାଇଲଟଙ୍କୁ କଂଗ୍ରେସ ସ୍ଥିର କରିବା ଏହାର କାରଣ ହୋଇଛି। ଅଶୋକ ଗେହଲେଟଙ୍କୁ ସମର୍ଥନ କରି ପ୍ରାୟ ୮୨ ବିଧାୟକ ରବିବାର ରାତି ପ୍ରାୟ ୧୧ଟାରେ ସେମାନଙ୍କ ଇସ୍ତଫା ପତ୍ର ବାଚସ୍ପତି ସି.ପି.ଯୋଶୀଙ୍କ ନିକଟକୁ ପଠାଇ ଦେଇଛନ୍ତି। ସଚିନଙ୍କ ମୁଖ୍ୟମନ୍ତ୍ରୀତ୍ବକୁ ସେମାନେ ସିଧାସଳଖ ବିରୋଧ କରିଛନ୍ତି।

ପ୍ରଥମେ ବିଧାୟକମାନେ ଅଶୋକ ଗେହଲେଟଙ୍କ ସରକାରୀ ବାସଭବକୁ ଯାଇ ସେଠାରେ ଆଲୋଚନା କରିଥିଲେ। କିନ୍ତୁ ଅଶୋକ ଗେହଲେଟ ତାଙ୍କ ହାତରେ କିଛି ନାହିଁ ବୋଲି କହିବା ପରେ ବିଧାୟକମାନେ କ୍ୟାବିନେଟ ମନ୍ତ୍ରୀ ଶାନ୍ତି ଧରିୱାଲଙ୍କ ସରକାରୀ ବାସଭବନକୁ ଯାଇଥିଲେ। ସେଠାରେ ଆଲୋଚନା କାଳରେ ସଚିନ ପାଇଲଟଙ୍କ ମୁଖ୍ୟମନ୍ତ୍ରୀତ୍ବକୁ ବିରୋଧ କରିଥିଲେ। ସେମାନେ କହିଥିଲେ ଯେ, ୨୦୨୦ରେ ଅଶୋକ ଗେହଲେଟଙ୍କ ମୁଖ୍ୟମନ୍ତ୍ରୀତ୍ବକୁ ନେଇ ସଚିନ ବିଦ୍ରୋହ କରିଥିଲେ। ତେଣୁ ତାଙ୍କୁ ସେମାନେ ବିରୋଧ କରିଛନ୍ତି। ପରେ ସମସ୍ତ ବିଧାୟକ ସିଧାସଳଖ ବାଚସ୍ପତିଙ୍କ ବାସଭବନକୁ ଯାଇ ନିଜ ଇସ୍ତଫା ଦେଇଛନ୍ତି। ଘଟଣା କଂଗ୍ରେସ ହାଇକମାଣ୍ଡଙ୍କ ନିକଟରେ ପହଞ୍ଚିଛି। ବର୍ତ୍ତମାନ ପରିସ୍ଥିତି ବିଷୟରେ ରାଜସ୍ଥାନ କଂଗ୍ରେସ ନେତାଙ୍କ ବିଷୟରେ ଏନେଇ ଆଲୋଚନା ପର୍ଯ୍ୟାଲୋଚନା ଜାରି ରହିଛି। ୨୦୦ ଆସନ ବିଶିଷ୍ଟ ରାଜସ୍ଥାନ ବିଧାନସଭାରେ କଂଗ୍ରେସର ୧୦୭ ବିଧାୟକ ଥିବାବେଳେ ବିଜେପିର ୭୦, ରାଷ୍ଟ୍ରୀୟ ଲୋକ ଦଳର ଜଣେ ଓ ସ୍ବାଧୀନ ଭାବେ ୧୪ ଓ ଅନ୍ୟାନ୍ୟ ଦଳର ବିଧାୟକ ଅଛନ୍ତି।

ସମ୍ବନ୍ଧିତ ଖବର