ବିହାରରେ ବଜ୍ରପାତ ଯୋଗୁଁ ୮୩ ଜଣଙ୍କର ମୃତ୍ୟୁ

ପାଟନା: ବିହାରରେ ଗୁରୁବାର ବଜ୍ରପାତ ଯୋଗୁଁ ୮୩ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ଉତ୍ତରପ୍ରଦେଶରେ ମଧ୍ୟ ବଜ୍ରପାତରେ ଅତି କମରେ ୯ ଜଣଙ୍କର ମୃତ୍ୟୁ ଘଟିଛି। ବିହାରର ୨୩ ଟି ଜିଲ୍ଲାରେ ବଜ୍ରପାତ ଯୋଗୁଁ କ୍ଷୟକ୍ଷତି ହୋଇଛି। ସର୍ବାଧିକ ମୃତ୍ୟୁ ଗୋପାଳଗଞ୍ଜରେ ଘଟିଛି ଯେଉଁଠାରେ ୧୩ ଜଣଙ୍କର ଜୀବନ ଯାଇଛି । ସେହିପରି ମଧୁବାନୀ ଏବଂ ନବାଡାଠାରେ ବଜ୍ରପାତ ଯୋଗୁଁ ୧୬ ଜଣଙ୍କର ମୃତ୍ୟୁ ଘଟିଛି।

photo-aajtak

ମିଳିଥିବା ସୂଚନା ମୁତାବକ ବିହାରର ୮ ଟି ଜିଲ୍ଲା ଅତି କମରେ ୫ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଜିଲ୍ଲାଗୁଡ଼ିକ ହେଉଛି ଗୋପାଲଗଞ୍ଜ, ପୂର୍ବ ଚମ୍ପରନ୍, ସିୱାନ୍, ବାଙ୍କା, ଦରଭଙ୍ଗା, ଭାଗଲପୁର, ମଧୁବାଣୀ ଏବଂ ନବାଡା | ସେହିପରି ଖଗଡିଆରେ ୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜିଲ୍ଲାମାନଙ୍କରେ ଯାନେରୁ ୨ ଜଣଙ୍କର ମୃତ୍ୟୁ ଘଟିଛି |

କେବଳ ବିହାରରେ ନୁହେଁ ଉତ୍ତରପ୍ରଦେଶରେ ମଧ୍ୟ ବଜ୍ରପାତରେ ଅତି କମରେ ୯ ଜଣଙ୍କର ମୃତ୍ୟୁ ଘଟିଛି। ଦେଓରିଆରେ ବଜ୍ରପାତ ହେତୁ ୭ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ବାରବାଙ୍କିରେ ବଜ୍ରପାତରେ ୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି।

ସମ୍ବନ୍ଧିତ ଖବର