୫ ରାଜ୍ୟ‌ରେ ୮୩% ମାମଲା: ଆରୋଗ୍ୟ ହାର ୯୭.୪୦%

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୩୫,୪୯୯ ନୂଆ କରୋନା ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ଏବଂ ୪୪୭ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି। ଅନ୍ୟପକ୍ଷ‌ରେ ୨୪ ଘଣ୍ଟାରେ ୩୯,୬୮୬ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ସଂକ୍ରମଣଠାରୁ ଆରୋଗ୍ୟଙ୍କ ସଂଖ୍ୟା ଅଧିକ ରହିଛି। କେରଳରେ ଲଗାତାର ଭାବେ ସଂକ୍ରମଣ ବଢ଼ୁଛି। କେରଳରେ ସଂକ୍ରମଣ ମାମଲା ୧୮୬୦୭ ଥିବାବେଳେ ମହାରାଷ୍ଟ୍ରରେ ୫,୫୦୮, ଆନ୍ଧ୍ରପ୍ର‌ଦେଶରେ ୨,୦୫୦, ତାମିଲନାଡ଼ୁରେ ୧,୯୫୬, କର୍ଣ୍ଣାଟକରେ ୧୫୯୮ ମାମଲା ଚିହ୍ନଟ ହୋଇଛି। ଉପରୋକ୍ତ ୫ ରାଜ୍ୟରେ ଦୈନିକ ନୂଆ ସଂକ୍ରମଣ ମାମଲାର ୮୩.୭ ପ୍ରତିଶତ ରହିଛି।

କେବଳ କେରଳରେ ଦୈନିକ ସଂକ୍ରମଣ ମାମଲା ଦେଶର ମୋଟ ସଂକ୍ରମଣର ୫୨.୪ ପ୍ରତିଶତ ରହିଛି। ମହାରାଷ୍ଟ୍ରରେ ରବିବାର ସର୍ବାଧିକ ୧୫୧ ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିବାବେଳେ କେରଳରେ ୯୩ ଜଣଙ୍କ ମୃତ୍ୟୁ ହୋଇଛି। ଦେଶରେ ମୋଟ୍‌ ଆରୋଗ୍ୟଙ୍କ ସଂଖ୍ୟା ୩,୧୧,୩୯,୪୫୭ରେ ପହଞ୍ଚିଛି। ଦେଶରେ ଆରୋଗ୍ୟ ହାର ୯୭.୪୦ ପ୍ରତିଶତକୁ ବୃଦ୍ଧି ପାଇଛି। ଦୈନିକ ପଜିଟିଭ୍‌ ହାର ୨.୫୯ ପ୍ରତିଶତ ରହିଛି। ଲଗାତାର ୧୪ ଦିନ ଧରି ଦୈନିକ ପଜିଟିଭ୍‌ ହାର ୩ ପ୍ରତିଶତ ତ‌ଳେ ରହୁଛି। ଦେଶରେ ମୋଟ୍‌ ସଂକ୍ରମଣ ମାମଲା ଏବେ ୩,୧୯,୬୯,୯୫୪ ଏବଂ ମୃତ୍ୟୁସଂଖ୍ୟା ୪,୨୮,୩୦୯ରେ ପହଞ୍ଚିଛି। ଦେଶରେ ସକ୍ରିୟ ମାମଲା ଏବେ ୪,୦୨,୧୮୮ ରହିଛି। ଏହା ମୋଟ୍‌ ସଂକ୍ରମଣ ମାମଲାର ୧.୨୭ ପ୍ରତିଶତ। ଅନ୍ୟପକ୍ଷେ ମୃତ୍ୟୁହାର ୧.୩୪ ପ୍ରତିଶତ ରହିଛି। ରବିବାର ଦେଶରେ ୧୩,୭୧,୮୭୧ ନମୁନା ପରୀକ୍ଷା ହୋଇଛି। ଦେଶରେ ମୋଟ୍‌ ଟେଷ୍ଟିଂ ୪୮,୧୭,୬୭,୨୩୨କୁ ବୃଦ୍ଧି ପାଇଛି।

ସମ୍ବନ୍ଧିତ ଖବର