ନୂଆଦିଲ୍ଲୀ: ଭାରତରେ କାମ କରୁଥିବା ଲୋକମାନେ ଅଧିକ କରୋନା ସଂକ୍ରମିତ ହୋଇଛନ୍ତି। ଭାରତରେ ୮୩ ପ୍ରତିଶତ କରୋନା ରୋଗୀଙ୍କ ବୟସ ୫୦ରୁ କମ୍। ଯୁବ ଭାରତୀୟ ମଧ୍ୟ କରୋନା ସଂକ୍ରମିତ ହେବାର ଭୟ ଅଧିକ ବଢ଼ୁଛି। କେନ୍ଦ୍ର ସରକାର ଆଜି ସ୍ପଷ୍ଟ କରିଛନ୍ତି ଯେ, ଭାରତରେ ଅଧିକ କରୋନା ରୋଗୀଙ୍କ ବୟସ ୨୧ରୁ ୪୦ ମଧ୍ୟରେ। ଭାରତରେ କରୋନା ସ୍ଥିତି ସଂକ୍ରାନ୍ତରେ ଏକ ସାମ୍ବାଦିକ ସମ୍ମିଳନୀ କରି ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଭାରତରେ ସମୁଦାୟ କରୋନା ରୋଗୀଙ୍କ ମଧ୍ୟରୁ ୪୨ ପ୍ରତିଶତଙ୍କ ବୟସ ୨୧ରୁ ୪୦ ବର୍ଷ ମଧ୍ୟରେ। ଏହାପରେ ୪୧ରୁ ୫୦ ବର୍ଷ ମଧ୍ୟରେ ଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା ସବୁଠୁ ଅଧିକ। ଦେଶରେ କୋଭିଡ୍ ମାମଲାର ଏହା ୩୩ ପ୍ରତିଶତ। ତେବେ ବରିଷ୍ଠ ନାଗରିକଙ୍କ ପାଇଁ ସବୁଠୁ ଅଧିକ ବିପଦ ଥିଲେ ମଧ୍ୟ ଭାରତରେ ବରିଷ୍ଠ କରୋନା ରୋଗୀଙ୍କ ସଂଖ୍ୟା ୧୭ ପ୍ରତିଶତ ରହିଛି। ୨୦ ବର୍ଷରୁ କମ୍ କେବଳ ୯ ପ୍ରତିଶତ କରୋନା ସଂକ୍ରମିତ ହୋଇଛନ୍ତି। ସ୍ବାସ୍ଥ୍ୟ ମନ୍ତ୍ରାଳୟର ଅନୁଶୀଳନରୁ ଏହା ସ୍ପଷ୍ଟ ଜଣାପଡ଼ୁଛି ଯେ, କାର୍ଯ୍ୟ କ୍ଷେତ୍ରରେ ନିୟୋଜିତ ଅଧିକାଂଶ ବ୍ୟକ୍ତି କରୋନା ସଂକ୍ରମିତ ହୋଇଛନ୍ତି।
ଭାରତରେ ୮୩% କରୋନା ଆକ୍ରାନ୍ତଙ୍କ ବୟସ ୫୦ବର୍ଷରୁ କମ୍
/sambad/media/post_attachments/wp-content/uploads/2020/04/corona-mumbai-e1584075029117.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)