କୋଲକାତା: ଆସନ୍ତାକାଲି ପଶ୍ଚିମବଙ୍ଗରେ ତୃତୀୟ ପର୍ଯ୍ୟାୟ ମତଦାନ। ପ୍ରଥମ ଏବଂ ଦ୍ବିତୀୟ ପର୍ଯ୍ୟାୟ ମତଦାନରେ ବିପୁଳ ସଂଖ୍ୟାରେ ଲୋକେ ମତଦାନ କରିଥିବା ବେଳେ ଆଗାମୀ ପର୍ଯ୍ୟାୟ ଉପରେ ସମସ୍ତଙ୍କ ନଜର ରହିଛି। ତେବେ ଦ୍ବିତୀୟ ପର୍ଯ୍ୟାୟ ମତଦାନରେ କିଛି ବୁଥରେ ହିଂସା ଦେଖିବାକୁ ମିଳିଥିବାରୁ ତୃତୀୟ ପର୍ଯ୍ୟାୟରେ ଶାନ୍ତିପୂର୍ଣ୍ଣ ମତଦାନ ପାଇଁ ନିର୍ବାଚନମଣ୍ଡଳୀରେ କେନ୍ଦ୍ରୀୟ ସୁରକ୍ଷା ବାହିନୀର ୮୩୨କମ୍ପାନି ନିୟୋଜିତ ହୋଇଛନ୍ତି।
ସେଥିମଧ୍ୟରୁ କୁଇକ୍ ରେସପନ୍ସ ଟିମ୍ର ୨୧୪କମ୍ପାନି ତୃତୀୟ ପର୍ଯ୍ୟାୟରେ ଉପସ୍ଥିତ ରହିବେ। ଏହି ପର୍ଯ୍ୟାୟରେ ନିର୍ବାଚନ ତିନିଟି ଜିଲ୍ଲାର ୩୧ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ହେବ। ହୁଗଳିରେ ୮ଟି, ହାୱଡାରେ ୭ଟି ଏବଂ ଦକ୍ଷିଣ ୨୪ ପରଗାନାରେ ୧୬ଟି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ମତଦାନ ହେବ। ଏହି ତୃତୀୟ ପର୍ଯ୍ୟାୟ ମତଦାନରେ ୨୦୫ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ମତଦାତା। ତୃତୀୟ ପର୍ଯ୍ୟାୟରେ ୧୩ଜଣ ମହିଳା ପ୍ରତିଦ୍ବନ୍ଦ୍ବିତା କରୁଥିବା ଜଣାପଡ଼ିଛି।
/sambad/media/post_attachments/c8605280a6542ca14df38ff4820418d8077bc10102e1806ef0b3d6674a0e2ecf.jpg)
ତୃତୀୟ ପର୍ଯ୍ୟାୟରେ ମୋଟ ୭୮,୫୨,୪୨୫ ମତଦାତା ମତଦାନ କରିବେ। ଏଥିମଧ୍ୟରୁ ୨,୩୦,୦୫୫ ଲୋକ ପ୍ରଥମ ଥର ପାଇଁ ଭୋଟ୍ ଦେବେ। ସମୁଦାୟ ୧,୨୬,୧୪୮ ଭୋଟର ୮୦ବର୍ଷରୁ ଅଧିକ ବୟସ ବର୍ଗର ପଡ଼ନ୍ତି।
ଦକ୍ଷିଣ ୨୪ ପରଗାନାରେ ସମୁଦାୟ ୩୦୭କମ୍ପାନି ନିୟୋଜିତ ହୋଇଥିବାବେଳେ ହୁଗୁଲି ଜିଲ୍ଲା ପୁଲିସ ବିଭାଗର ଗ୍ରାମାଞ୍ଚଳରେ ୧୬୭ଟି କମ୍ପାନି ନିୟୋଜିତ ହୋଇଛନ୍ତି। ଏହା ସହ ହାୱଡା ଜିଲ୍ଲାରେ ୧୪୪ଟି କମ୍ପାନି ନିୟୋଜିତ ହୋଇଛନ୍ତି।