ନୂଆଦିଲ୍ଲୀ: ବିମାନର ବେଳା ଖରାପ । ଏମିତି ଲାଗୁଛି ସତେକି ବିମାନ ସେବାକୁ ଶନିଦଶା ପଡିଛି । ଅହମଦାବାଦ ବିମାନ ଦୁର୍ଘଟଣା ପରଠାରୁ ବିମାନକୁ ନେଇ ଏତେ ଅଘଟଣର ଖବର ଆସୁଛି ଯେ- ଲାଗୁଛି ଏ ବିମାନର ହେଇଛି କଣ । ଏୟାର ଇଣ୍ଡିଆରୁ ଇଣ୍ଡିଗୋ- କେତେବେଳେ ବିମାନର ଯାନ୍ତ୍ରିକ ତ୍ରୁଟି ଦେଖା ଦେଉଛି ତ କେତେବେଳେ ବିମାନକୁ ବୋମା ଧମକ ମିଳୁଛି । ବିଭିନ୍ନ କାରଣରୁ ବିମାନ ଅନେକ ସମୟରେ ଜରୁରୀ ଅବତରଣ କରିବା ସହ ଉଡାଣକୁ ମଧ୍ୟ ବାତିଲ କରାଯାଉଛି । ତେବେ ନଜର ପକାନ୍ତୁ ଜୁନ୍ ୧୨ ତାରିଖ ଅର୍ଥାତ ବିମାନ ଦୁର୍ଘଟଣା ପରଠାରୁ ବାତିଲ ହୋଇଛି କେତେ ବିମାନ ।

Advertisment

କେବଳ ଏୟାର ଇଣ୍ଡିଆର ୯ଟି ଉଡ଼ାଣ ଆଜି ହିଁ ବାତିଲ ହୋଇଛି । ଏୟାର ଇଣ୍ଡିଆର ୯ଟି ଉଡ଼ାଣ ଆଜି ବିଭିନ୍ନ କାରଣରୁ ବାତିଲ ହୋଇଛି, ଯାହା ଯାତ୍ରୀମାନଙ୍କ ପାଇଁ ଅସୁବିଧା ସୃଷ୍ଟି କରିଛି । ଏହା ସହିତ, ପୁଣେ ଅଭିମୁଖେ ଯାଉଥିବା ଏକ ଏୟାର ଇଣ୍ଡିଆ ବିମାନ ପକ୍ଷୀ ଧକ୍କା ଯୋଗୁଁ ଅଟକି ରହିଛି । ଏହି ଘଟଣା ପରେ ବିମାନଟିକୁ ନିରାପଦ ଅବତରଣ କରାଯାଇଥିଲେ ମଧ୍ୟ, ଏହାର ପରବର୍ତ୍ତୀ ଉଡ଼ାଣ ସ୍ଥଗିତ ରହିଛି । ଏୟାର ଇଣ୍ଡିଆ କର୍ତ୍ତୃପକ୍ଷ ବିମାନର ଯାଞ୍ଚ ଓ ମରାମତି ପାଇଁ ଆବଶ୍ୟକ ପଦକ୍ଷେପ ନେଉଛନ୍ତି । 

ଅନ୍ୟପକ୍ଷରେ, ବାତିଲ ହୋଇଥିବା ଉଡ଼ାଣଗୁଡ଼ିକ ମଧ୍ୟରେ କେତେକ ଘରୋଇ ଓ ଅନ୍ତର୍ଜାତୀୟ ରୁଟରେ ଥିବା ବିମାନ ରହିଛି । ଏହା ଯାତ୍ରୀମାନଙ୍କୁ ବିଭିନ୍ନ ଗନ୍ତବ୍ୟସ୍ଥଳରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି । ଏୟାର ଇଣ୍ଡିଆ ଯାତ୍ରୀମାନଙ୍କୁ ବିକଳ୍ପ ଉଡ଼ାଣ କିମ୍ବା ରିଫଣ୍ଡ ପ୍ରଦାନ କରିବା ପାଇଁ ଚେଷ୍ଟା କରୁଛି । ଏହି ଘଟଣା ଏୟାରଲାଇନ୍ସର ସେବା ନୀତି ଓ ନିରାପତ୍ତା ଉପରେ ପ୍ରଶ୍ନ ଉଠାଇଛି ।

ଆଜି ୯ଟି ବିମାନ ବିଭିନ୍ନ କାରଣରୁ ଉଡାଣ ବାତିଲ ହୋଇଛି । ପରିଚାଳନାଗତ କାରଣ ଦର୍ଶାଇ ଚାରୋଟି ଅନ୍ତର୍ଜାତୀୟ ସେବା ସମେତ ଆଠଟି ଅନ୍ୟ ବିମାନ ବାତିଲ କରାଯାଇଛି । ପୁଣେରୁ ଦିଲ୍ଲୀକୁ ଏଆଇ-୮୭୪, ଅହମ୍ମଦାବାଦରୁ ଦିଲ୍ଲୀକୁ ଏଆଇ-୪୫୬, ହାଇଦ୍ରାବାଦରୁ ମୁମ୍ବାଇକୁ ଏଆଇ-୨୮୭ ଏବଂ ଚେନ୍ନାଇରୁ ମୁମ୍ବାଇ ଏଆଇ-୫୭୧ ଚାରୋଟି ଘରୋଇ ବିମାନ ବାତିଲ କରାଯାଇଛି ।

ବାତିଲ ହୋଇଥିବା ଆନ୍ତର୍ଜାତୀୟ ବିମାନ ହେଉଛି ଦୁବାଇରୁ ଚେନ୍ନାଇ ଏଆଇ-୯୦୬, ଦିଲ୍ଲୀରୁ ମେଲବର୍ଣ୍ଣ ଏଆଇ-୩୦୮, ମେଲବର୍ଣ୍ଣରୁ ଦିଲ୍ଲୀ ଏଆଇ-୩୦୯ ଏବଂ ଦୁବାଇରୁ ହାଇଦ୍ରାବାଦ ଏଆଇ-୨୨୦୪ । କଟକଣା ଯୋଗୁଁ ପ୍ରଭାବିତ ଯାତ୍ରୀମାନଙ୍କ ନିକଟରେ ଏୟାର ଇଣ୍ଡିଆ କ୍ଷମା ପ୍ରାର୍ଥନା ମାଗିଛି ।

ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ୯ଦିନରେ ୮୪ ଉଡାଣ ରଦ୍ଦ ହୋଇଛି । ଡିଜିସିଏର ତଥ୍ୟ ଅନୁସାରେ ଜୁନ ୧୨ ତାରିଖ ପରଠାରୁ ଏୟାର ଇଣ୍ଡିଆର ୮୪ ବିମାନ ବାତିଲ ହେଲାଣି ।