୮୪ ବର୍ଷୀୟା ମହିଳାଙ୍କୁ ତାଙ୍କ ପ୍ରିୟ ରେସ୍ତୋରାଁ ଜନ୍ମଦିନ ଶୁଭେଚ୍ଛା ଜଣାଇ କଲା ଭାବପ୍ରବଣ, ଭିଡିଓ ହେଲା ଭାଇରାଲ

ନୂଆଦିଲ୍ଲୀ: ନିଜ ଜନ୍ମଦିନରେ କିଛି ବିଶେଷ ଉପହାର ମିଳିଥିଲେ କିମ୍ବା ନିଜ ପ୍ରିୟଜନଙ୍କୁ ଭେଟିଥିଲେ କିଏ ବା ଖୁସି ହୋଇ ନଥାଏ । କାରଣ, ଜନ୍ମଦିନ ସମସ୍ତଙ୍କ ପାଇଁ ଏକ ବିଶେଷ ଦିନ ହୋଇଥାଏ । ଭିଡିଓରେ ଥିବା ବୟସ୍କା ମହିଳାଙ୍କ ପାଇଁ ମଧ୍ୟ ତାଙ୍କ ନିଜ ଜନ୍ମଦିନ କିଛି ଅଲଗା ଓ ନିଆରା ଥିଲା । ରୋଜି ନାମକ ଜଣେ ୮୪ ବର୍ଷୀୟା ମହିଳା ତାଙ୍କ ପ୍ରିୟ ରେସ୍ତୋରାଁ ତରଫରୁ ଜନ୍ମଦିନର ଶୁଭେଚ୍ଛା ଶୁଣି ଭାବ ପ୍ରବଣ ହୋଇପଡିଥିଲେ । ବର୍ତମାନ ଏହି ଭିଡିଓ ଅନଲାଇନରେ ଭାଇରାଲ ହେବାରେ ଲାଗିଛି ।

ଭାଇରାଲ୍ ଭିଡିଓଟି ଗୁଡ୍ ନ୍ୟୁଜ୍ ଡଗ ଦ୍ୱାରା ସେୟାର କରାଯାଇଛି। ଏହି ଭିଡିଓରେ ରୋଜି ନାମକ ଜଣେ ୮୪ ବର୍ଷୀୟା ମହିଳା ତାଙ୍କ ପ୍ରିୟ ରେସ୍ତୋରାଁରେ ଖାଉଥିବା ଦେଖିବାକୁ ମିଳୁଛି। ତାଙ୍କ ଜନ୍ମଦିନ ହୋଇଥିବାରୁ ମ୍ୟାନେଜମେଣ୍ଟ ପକ୍ଷରୁ ଏକ ସାଉଟଆଉଟ ଜନ୍ମଦିନ ଶୁଭେଚ୍ଛା ଦେଇଥିଲେ। ଏହା ଶୁଣି ସେ ଖୁସିରେ କାନ୍ଦିବାକୁ ଲାଗିଥିଲେ ।

 

View this post on Instagram

 

A post shared by Good News Dog (@goodnewsdog)

ଅନଲାଇନରେ ସେୟାର ହେବା ପରେ ଏହି ଭିଡିଓକୁ ୯ ମିଲିୟନରୁ ଅଧିକ ଲୋକ ଦେଖି ସାରିଛନ୍ତି । ଭିଡ଼ିଓ ଦେଖିବା ପରେ ବହୁ ଲୋକ କମେଣ୍ଟ ମଧ୍ୟ କରିଛନ୍ତି । ଜଣେ ୟୁଜର୍ସ ଲେଖିଛନ୍ତି ଯେ, ଏହା ଅତ୍ୟନ୍ତ ହୃଦୟସ୍ପର୍ଶୀ ଏବଂ ଭଗବାନ ତାଙ୍କୁ ଭଲରେ ରଖନ୍ତୁ । ଅନ୍ୟ ଜଣେ ୟୁଜର୍ସ କହିଛନ୍ତି, “ଏହା ବହୁତ ସୁନ୍ଦର । ରୋଜିଙ୍କୁ ୮୪ ତମ ଜନ୍ମଦିନର ଶୁଭେଚ୍ଛା।”

ସମ୍ବନ୍ଧିତ ଖବର