କୋଝିକୋଡ ବିମାନ ଦୁର୍ଘଟଣା: ସୁସ୍ଥ ହୋଇ ଡାକ୍ତରଖାନାରୁ ଡିସଚାର୍ଜ ହେଲେ ୮୫ଜଣ ଯାତ୍ରୀ

ନୂଆଦିଲ୍ଲୀ: କେରଳର କୋଝିକୋଡରେ ଅବତରଣ ସମୟରେ ଏକ ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏବେ ବିମାନ ଦୁର୍ଘଟଣାର ଶିକାର ହୋଇଥିବା ୮୫ଜଣ ଯାତ୍ରୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏ ନେଇ ସୂଚନା ଦେଇଛି ଏୟାର ଇଣ୍ଡିଆ ଏକ୍ସପ୍ରେସ। ବିମାନ ଦୁର୍ଘଟଣାରେ ଆହତ ୮୫ଜଣ ଯାତ୍ରୀ ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଥିବା ନେଇ ଏୟାର ଇଣ୍ଡିଆ ଏକ୍ସପ୍ରେସ ପକ୍ଷରୁ କୁହାଯାଇଛି ।

ଶୁକ୍ରବାର ରାତିରେ ପ୍ରବଳ ବର୍ଷା ସମୟରେ କୋଜିକୋଡେ ବିମାନ ବନ୍ଦରରେ ଅବତରଣ କରିବା ସମୟରେ ଦୁବାଇରୁ ଯାତ୍ରୀଙ୍କୁ ନେଇ ଆସୁଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ଦୁଇଜଣ ପାଇଲଟଙ୍କ ସମେତ ୧୮ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଯାତ୍ରୀମାନେ ଆହତ ହୋଇଥିଲେ।

85 passengers injured in Kozhikode plane crash discharged from ...
Deccan Chronicle

ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ ଶନିବାର କହିଥିଲେ ଯେ ବିମାନ ଦୁର୍ଘଟଣାରେ ୧୪୯ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି, ୨୩ଜଣ ଡିସଚାର୍ଜ ହୋଇଥିବାବେଳେ ତିନିଜଣ ଗୁରୁତର ଆହତ ହୋଇଛନ୍ତି। ତେବେ ଆଜି ଡିସଚାର୍ଜ ହୋଇଥିବା ଯାତ୍ରୀଙ୍କ ସଂଖ୍ୟା ବଢ଼ି ୮୫ରେ ପହଞ୍ଚିଛି। ଆଇଏକ୍ସ-୧୩୪୪ ବିମାନର ଆହତ ଯାତ୍ରୀମାନେ କୋଜିକୋଡର ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ବୋଲି ଏୟାରଲାଇନ୍ସ ଏକ ବିବୃତ୍ତିରେ କହିଛି।

ସମ୍ବନ୍ଧିତ ଖବର