ପୁଣେ: ପୁଣେରେ ଚାଲିଥିବା ଲକଡାଉନ ମଧ୍ୟରେ ଜଣେ ବୃଦ୍ଧା ପେଟ ପାଇଁ ରାସ୍ତାରେ ବାଡ଼ି ଖେଳ କୌଶଳ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଥିଲା। ଏହି ମହିଳା ଜଣକ ବଲିଉଡରେ ମଧ୍ୟ ସହ ଅଭିନେତ୍ରୀ ଭୂମିକାରେ ଅଭିନୟ କରୁଥିବାର ଜଣାପଡିଛି | ବଲିଉଡ ଫିଲ୍ମ 'ଗୀତା ଔର ସୀତା' ଏବଂ 'ସେରନି' ଭଳି ହିନ୍ଦୀ ଚଳଚ୍ଚିତ୍ରରେ କାମ କରିଥିବା କୁହାଯାଉଛି। ତାଙ୍କ ବାଡ଼ି ଖେଳର ଏକ ଭିଡିଓ ଜଣେ ମହିଳା ପ୍ରସ୍ତୁତ କରି ସୋସିଆଲ ମିଡିଆରେ ଅପଲୋଡ୍ କରିଥିଲେ। ଏହା ପରେ ଏହି ଭିଡିଓ ଭାଇରାଲ ହୋଇଛି।

Advertisment


ମହିଳା ଜଣଙ୍କ ୮୫ ବର୍ଷୀୟ ଶାନ୍ତବାଇ ପାୱାର ବୋଲି ଜଣାପଡିଛି। ସେ ପୁଣେ ସହରର ହାଡ଼ପସର ଅଞ୍ଚଳରେ ଏକ ବସ୍ତିରେ ରୁହନ୍ତି | ଶାନ୍ତବାଇ କହିଛନ୍ତି ଯେ ତାଙ୍କ ଘରର ଅବସ୍ଥା ଠିକ ନଥିବାବେଳେ ଏବଂ ଲକଡାଉନ ଯୋଗୁଁ କୌଣସି କାମ ନ ଥିବାରୁ ସେ ରାସ୍ତାରେ କଳା କୌଶଳ ପ୍ରଦର୍ଶନ କରି ପେଟ ପୋଷୁଛନ୍ତି|

ଶାନ୍ତବାଇଙ୍କ ଏହି ଭିଡିଓ ଭାଇରାଲ ହୋଇଥିବା ବେଳେ ବଲିଉଡ ଅଭିନେତା ରିତେଶ ଦେଶମୁଖ ନିଜ ଟ୍ୱିଟରରେ ଲେଖିଛନ୍ତି, ଦୟାକରି କେହି ମୋତେ ଏହି ବୃଦ୍ଧାଙ୍କ ସମ୍ପର୍କୀୟଙ୍କ ବାବଦରେ ବିବରଣୀ ଦେଇପାରିବେ କି'? ଯେଉଁ ଭିଡିଓ ସାମ୍ନାକୁ ଆସିଛି, ଶାନ୍ତବାଇ ଦୁଇଟି ବାଡ଼ି ବ୍ୟବହାର କରି ଚମତ୍କାର କୌଶଳ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଛି।