ନୂଆଦିଲ୍ଲୀ: ଦେଶରେ ସଂକ୍ରମଣ ପୁଣି ଉପର ମୁହାଁ ହୋଇଥିବା ବେଳେ ଏହାର ମୁକାବିଲା ପାଇଁ ଋଷର ସ୍ପୁଟନିକ-ଭି କରୋନା ଟିକାର ଜରୁରୀକାଳିନ ବ୍ୟବହାର ପାଇଁ ଅନୁମତି ଦେଇଛି ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (ଡିସିଜିଆଇ)। ଗତକାଲି ଟିକାର ସୀମିତ ବ୍ୟବହାର ପାଇଁ ଅନୁମତି ଦେଇଥିଲା ସବଜେକ୍ଟ ଏକ୍ସପର୍ଟ କମିଟି(ଏସଇସି)। ତେବେ ଅନୁମତି ପାଇବା ପରେ ଭାରତରେ ଟିକା ଉତ୍ପାଦନ କରି ବିତରଣ କରିବା ପାଇଁ ପ୍ରସ୍ତୁତ ହେଉଛି କମ୍ପାନି। ସ୍ପୁଟନିକ-ଭିର ବାର୍ଷିକ ୮୫୦ମିଲିୟନ୍ ଡୋଜ୍ ଉତ୍ପାଦନ ହେବ ବୋଲି କମ୍ପାନି କହିବା ସହ ଭାରତର ପାଞ୍ଚଟି ଫାର୍ମା କମ୍ପାନି ଏହାକୁ ଉତ୍ପାଦନ କରିବେ।

Advertisment

publive-image indiatoday

ରୁଷର ଗାମାଲିଆ ଇନଷ୍ଟିଚ୍ୟୁଟ୍ ଦ୍ୱାରା ବିକଶିତ ଏହି ଟିକାର ଉତ୍ପାଦନ ଭାରତରେ ୫ଟି କମ୍ପାନି କରିବେ। କମ୍ପାନି ମଧ୍ୟରେ ରହିଛନ୍ତି ବିରଚୋ ବାୟୋଟେକ୍(୧୦୦ନିୟୁତ ଲୋକଙ୍କ ପାଇଁ ୨୦୦ନିୟୁତ ଡୋଜ ଉତ୍ପାଦନ କରିବ), ଷ୍ଟେଲିସ୍ ବାୟୋଫାର୍ମା(୧୦୦ନିୟୁତ ଲୋକଙ୍କ ପାଇଁ ୨୦୦ମିଲିୟନ୍ ଡୋଜ ଉତ୍ପାଦନ କରିବ), ଗ୍ଲାଣ୍ଡ ଫାର୍ମା(୧୨୬ନିୟୁତ ଲୋକଙ୍କ ପାଇଁ ୨୫୨ନିୟୁତ ଡୋଜ ଉତ୍ପାଦନ କରିବ), ପାନେସିଆ ବାୟୋଟେକ୍(୫୦ନିୟୁତ ଲୋକଙ୍କ ପାଇଁ ୧୦୦ ନିୟୁତ ଡୋଜ ଉତ୍ପାଦନ କରିବ) ଏବଂ ହେଟେରୋ(୫୦ନିୟୁତ ଲୋକଙ୍କ ପାଇଁ ୧୦୦ନିୟୁତ ଡୋଜ ଉତ୍ପାଦନ କରିବ)। ଟିକାର ମୂଲ୍ୟ ୧୦ଡଲାରରୁ କମ ହେବ ବୋଲି ଜଣାପଡ଼ିଛି। ତେବେ ଭାରତୀୟ ବଜାରକୁ ଚାହିଁ ମୂଲ୍ୟ ଧାର୍ଯ୍ୟ କରାଯିବ ସହ ଏପର୍ଯ୍ୟନ୍ତ ମୂଲ୍ୟ ସ୍ଥିର କରିନାହିଁ କମ୍ପାନି।

Russia's Sputnik V Get Expert Panel Clearance: Five Things to Know About India's Third Covid-19 Vaccine News18

ଟିକାର ଉତ୍ପାଦନ ଧିରେ ଧିରେ ବଢ଼ିବା ସହ ଏପ୍ରିଲ ଶେଷ କିମ୍ବା ମେ’ ମାସ ଆରମ୍ଭରୁ ଭାରତରେ ଟିକା ଉପଲବ୍ଧ ହେବ। ପ୍ରଥମେ ସୀମିତ ବ୍ୟବହାର ପାଇଁ ଟିକା ଉପଲବ୍ଧ ହେବ। ସମୟ ସହ ଉତ୍ପାଦନ ବଢ଼ିଲେ ଜୁନ ମାସ ଆଡକୁ ସମସ୍ତଙ୍କ ପାଖରେ ଟିକା ପହଞ୍ଚିପାରିବ।