ଧାରା ୩୭୦ ଉଚ୍ଛେଦ ପ‌ରେ କାଶ୍ମୀରରେ ୮୮ ଆତଙ୍କବାଦୀ ଆକ୍ରମଣ

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରକୁ ସ୍ବତନ୍ତ୍ର ଅଧିକାର ପ୍ରଦାନ କରିଥିବା ଧାରା ୩୭୦ ଉଚ୍ଛେଦ ହେବା ପରଠାରୁ କାଶ୍ମୀରରେ ୮୮ ଆତଙ୍କବାଦୀ ଆକ୍ରମଣ ହୋଇଛି। ତେବେ ପୂର୍ବା‌ପେକ୍ଷା ଆତଙ୍କବାଦୀ ଆକ୍ରମଣ କମିଥିଲେ ମଧ୍ୟ ଅନୁପ୍ରବେଶ ଉଦ୍ୟମ ବୃଦ୍ଧି ପାଇଛି। ୪ ଜଣ ସାଂସଦଙ୍କ ପ୍ରଶ୍ନର ଉତ୍ତର ରଖି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଜି କିଷାନ ରେଡ୍ଡି ଏହା କହିଛନ୍ତି। ମନ୍ତ୍ରୀ ରେଡ୍ଡି କହିଛନ୍ତି, ଅଗଷ୍ଟ ୫ ତାରିଖରୁ ଅକ୍ଟୋବର ୩୧ ଯାଏଁ କାଶ୍ମୀରରେ ୮୪ ଥର ଅନୁପ୍ର‌ବେଶ ଉଦ୍ୟମ ହୋଇଛି। ମେ’ ୯ରୁ ଅଗ‌ଷ୍ଟ ୪ ମଧ୍ୟରେ ୫୩ ଅନୁପ୍ରବେଶ ଉଦ୍ୟମ ହୋଇଥିଲା। କିନ୍ତୁ ଅଗଷ୍ଟ ୫ ତାରିଖରୁ ନଭେମ୍ବର ୨୭ ମଧ୍ୟରେ ଆତଙ୍କବାଦୀ ଆକ୍ରମଣ କମିଛି। ଏପ୍ରିଲ ୧୨ରୁ ଅଗଷ୍ଟ ୪ ମଧ୍ୟରେ ୧୦୬ ଆତଙ୍କବାଦୀ ଆକ୍ରମଣ ହୋଇଥିବା ବେଳେ ଅଗଷ୍ଟ ୫ରୁ ନଭେମ୍ବର ୨୭ ମଧ୍ୟରେ ୮୮ ଥର ଆତଙ୍କବାଦୀ ଆକ୍ରମଣ ହୋଇଛି।

ସମ୍ବନ୍ଧିତ ଖବର