ଅଷ୍ଟମ ଭୁବନେଶ୍ୱର ଅନ୍ତର୍ଦେଶୀୟ ବାଣିଜ୍ୟ ମେଳା: ଅବଧି ଆଉ ୬ ଦିନ ବଢ଼ିଲା

ଭୁବନେଶ୍ବର: ଜନତା ମଇଦାନରେ ଚାଲିଥିବା ଅଷ୍ଟମ ଭୁବନେଶ୍ୱର ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ଓ ଗ୍ଲୋବାଲ ବିଜନେସ୍ କାର୍ଣ୍ଣିଭାଲ୍‌ର ନବମ ଦିନରେ ୩୦ହଜାରରୁ ଊର୍ଦ୍ଧ୍ବ ଗ୍ରାହକଙ୍କ ଭିଡ଼ ପରିଲକ୍ଷିତ ହୋଇଥିବା ବେଳେ ପାଖାପାଖି ୨.୫କୋଟିରୁ ଊର୍ଦ୍ଧ୍ବ ଟଙ୍କାର ବେପାର ହୋଇଛି। ବ୍ୟବସାୟୀ ଓ ଗ୍ରାହକଙ୍କ ଅନୁରୋଧକ୍ରମେ ମେଳାର ଅବଧିକୁ ଆଉ ୬ ଦିନ ଅର୍ଥାତ୍‌ ଜୁନ୍‌ ୪ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି ବୋଲି ଗୁପ୍ତା ଇଭେଣ୍ଟ ମ୍ୟାନେଜମେଣ୍ଟର ଅଧ୍ୟକ୍ଷ ସୁଜିତ୍ ଗୁପ୍ତା ଓ ନିର୍ଦ୍ଦେଶିକା ପାୟଲ ଗୁପ୍ତା ଆଚାର୍ଯ୍ୟ ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି।

ହସ୍ତତନ୍ତ ଓ ଅନ୍ତର୍ଜାତୀୟ ହେଙ୍ଗର୍‌ରେ ଆସିଥିବା ବାଂଲାଦେଶୀ ଶାଢ଼ି, ଦୁବାଇର ସୁଟ୍‌, ଥାଇଲାଣ୍ଡର କୁର୍ତ୍ତି, ଆଫଗାନିସ୍ତାନର ବିଭିନ୍ନ ପ୍ରକାରର ଡ୍ରାଏ-ଫ୍ରୁଟ୍‌ସ, କେରଳର ବାନାନା ଚିପ୍ସ, ଇରାନୀ କାର୍ପେଟ, ଡିଜାଇନର ଲାଇଟ, ମାଲେସିଆର ୱାଟର୍‌ ଫାଉଣ୍ଟେନ୍‌, ବିଭିନ୍ନ ଘର ସାଜସଜା ଆସବାବପତ୍ରର ଚାହିଦା ମଧ୍ୟ ବଢ଼ିବାରେ ଲାଗିଛି। ବିଶେଷକରି ହାଇଦ୍ରାବାଦରୁ ଆସିଥିବା ଫର୍ଣ୍ଣିଚର୍‌, କୋଲକାତାର ସୋଫା-ବେଡ୍‌ର ଆଦୃତ ପରିଲକ୍ଷିତ ହେଉଛି। ଏହି ମେଳାରେ ପ୍ରତିଦିନ ମଞ୍ଚରେ ସାଂସ୍କୃତିକ, ଓ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ରିଲିଜ୍‌ ହେବାକୁ ଥିବା ବା ନିକଟରେ ରିଲିଜ ହେଇଥିବା ଓଡ଼ିଆ ସିନେମାଗୁଡ଼ିକର କଳାକାରମାନଙ୍କୁ ନେଇ ମଞ୍ଚରେ ଉକ୍ତ ସିନେମାର ପ୍ରଚାରପ୍ରସାର କରାଯାଉଛି।

ସମ୍ବନ୍ଧିତ ଖବର