ନୂଆଦିଲ୍ଲୀ : ଅଷ୍ଟମ ବେତନ କମିଶନ ଗଠନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନୁମୋଦନ କରିବା ସହ ଦେଶର ସମସ୍ତ କେନ୍ଦ୍ର ସରକାରୀ କର୍ମଚାରୀମାନଙ୍କ ପାଇଁ ଏକ ବଡ ଉପହାର ଘୋଷଣା କରିଛନ୍ତି । ଫଳରେ ଫେବ୍ରୁଆରି ୧, ୨୦୨୫ରେ ଉପସ୍ଥାପିତ ହେବାକୁ ଥିବା କେନ୍ଦ୍ର ବଜେଟ୍ ପୂର୍ବରୁ ସମସ୍ତ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର ଆସିଛି । କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଏହି ସୂଚନା ଦେଇଛନ୍ତି। ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ୨୦୨୬ ମସିହାରୁ ଅଷ୍ଟମ ବେତନ କମିଶନ ଲାଗୁ ହେବ। ତେବେ କେବେ ଅଷ୍ଟମ ବେତନ କମିଶନ ଲାଗୁ ହେବ ସେ ସଂପର୍କରେ ସେ କିଛି କହିନଥିଲେ । ତେବେ ୨୦୨୬ ଜାନୁଆରି ପହିଲାରୁ ସରକାର ଅଷ୍ଟମ ବେତନ କମିଶନ ଲାଗୁ କରିପାରନ୍ତି ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।
ମୁଦ୍ରାସ୍ଫୀତିକୁ ଦୃଷ୍ଟିରେ ରଖି ଅଷ୍ଟମ ବେତନ କମିଶନ ଅଧୀନରେ ଫିଟମେଣ୍ଟ ଫ୍ୟାକ୍ଟର ୨.୫ରୁ ୨.୮ ମଧ୍ୟରେ ରହିପାରେ, ଯାହା ଫଳରେ କର୍ମଚାରୀଙ୍କ ଦରମା ୪୦,୦ରୁ ୪୫,୦୦୦ ଟଙ୍କା ମଧ୍ୟରେ ବୃଦ୍ଧି ପାଇପାରେ ବୋଲି ଆଶା କରାଯାଉଛି। ଅଷ୍ଟମ ବେତନ କମିଶନରେ ପ୍ରଦର୍ଶନ ଭିତ୍ତିକ ପ୍ରୋତ୍ସାହନ (ପିଏଲଆଇ) ଉପରେ ମଧ୍ୟ ଆଲୋଚନା ଚାଲିଛି ।
କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ଦିଆଯାଉଥିବା ମହଙ୍ଗା ଭତ୍ତା ସେମାନଙ୍କ ମୂଳ ଦରମାର ୫୦% ରୁ ଅଧିକ ହୋଇଥିବା ବେଳେ ଅଷ୍ଟମ ବେତନ ଆୟୋଗ ଘୋଷଣା କରାଯାଇଛି। ବର୍ତମାନ ସରକାରୀ କର୍ମଚାରୀମାନେ ସପ୍ତମ ବେତନ କମିଶନଙ୍କ ସୁପାରିସ ଅନୁଯାୟୀ ଦରମା ଓ ପେନସନ ପାଉଛନ୍ତି । ସପ୍ତମ ବେତନ କମିଶନଙ୍କ ସୁପାରିସ ୨୦୧୬ ଜାନୁଆରୀ ପହିଲାରୁ ଲାଗୁ ହେବ । ଅଷ୍ଟମ ବେତନ କମିଶନଙ୍କ ସୁପାରିସ ପରେ ଘୋଷଣା କରାଯିବ । ଅଷ୍ଟମ ବେତନ ଆୟୋଗର ସୁପାରିସ କାର୍ଯ୍ୟକାରୀ ହେବା ପରେ ଦେଶର ସମସ୍ତ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମୌଳିକ ଦରମା ସହ ସେମାନଙ୍କ ଭତ୍ତା ମଧ୍ୟ ଯଥେଷ୍ଟ ବୃଦ୍ଧି ପାଇବ। କର୍ମଚାରୀଙ୍କ ସହିତ ପେନସନଭୋଗୀମାନଙ୍କୁ ମିଳୁଥିବା ପେନସନ ମଧ୍ୟ ବୃଦ୍ଧି ପାଇବ ।
ଇକୋନୋମିକ୍ ଟାଇମ୍ସରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଟିମ ଲିଜ୍ ଉପାଧ୍ୟକ୍ଷ କୃଷ୍ଣେନ୍ଦୁ ଚାଟାର୍ଜୀ କହିଛନ୍ତି ଯେ ୨୦୧୬ରେ କାର୍ଯ୍ୟକାରୀ ହୋଇଥିବା ସପ୍ତମ ବେତନ ଆୟୋଗର ସୁପାରିସ ପରେ କର୍ମଚାରୀଙ୍କ ମୌଳିକ ଦରମା ୨.୫୭ ର ଫିଟମେଣ୍ଟ ଫ୍ୟାକ୍ଟର ଅନୁଯାୟୀ ୭୦୦୦ ଟଙ୍କାରୁ ୧୮,୦୦୦ ଟଙ୍କାକୁ ବୃଦ୍ଧି ପାଇଥିଲା। ମୁଦ୍ରାସ୍ଫୀତିକୁ ଦୃଷ୍ଟିରେ ରଖି ଅଷ୍ଟମ ବେତନ କମିଶନ ଅଧୀନରେ ଫିଟମେଣ୍ଟ ଫ୍ୟାକ୍ଟର ୨.୫ରୁ ୨.୮ ମଧ୍ୟରେ ରହିପାରେ, ଯାହା ଫଳରେ କର୍ମଚାରୀଙ୍କ ଦରମା ୪୦,୦ରୁ ୪୫,୦୦୦ ଟଙ୍କା ମଧ୍ୟରେ ବୃଦ୍ଧି ପାଇପାରେ ବୋଲି ଆଶା କରାଯାଉଛି। ଅଷ୍ଟମ ବେତନ କମିଶନରେ ପ୍ରଦର୍ଶନ ଭିତ୍ତିକ ପ୍ରୋତ୍ସାହନ (ପିଏଲଆଇ) ଉପରେ ମଧ୍ୟ ଆଲୋଚନା ଚାଲିଛି ।