ମୋଦୀ ଜାରି କଲେ କିଷାନ ସମ୍ମାନ ନିଧିର ୯ମ କିସ୍ତି: ଅସୁବିଧା ଥିଲେ ଅଭିଯୋଗ କରି ପାରିବେ ଚାଷୀ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଆଧାରରେ ସୋମବାର ୨୦୦୦ଟଙ୍କା ଲେଖାଏଁ ଚାଷୀ ଭାଇମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଇ ଦିଆଯାଇଛି। ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ୯ମ କିସ୍ତି ଯେଉଁ ଚାଷୀଭାଇମାନଙ୍କ ଖାତାକୁ ଆସି ନାହିଁ ସେମାନେ ଅଭିଯୋଗ ବି କରି ପାରିବେ।

Image

ମୋଦୀ କିଷାନ ସମ୍ମାନ ନିଧି ଯୋଜନା ହେଲପଲାଇନ ନମ୍ବର ୧୫୫୨୬୧/ ୧୮୦୦୧୧୫୫୨୬/ ୦୧୧-୨୩୩୮୧୦୯୨ରେ ସମ୍ପର୍କ କରି ପାରିବେ ଚାଷୀ। ଏଥିସହିତ ଇମେଲ ଆଇଡି [email protected] ରେ ନିଜର ଅଭିଯୋଗ ମଧ୍ୟ କରି ପାରିବେ। ଏତଦବ୍ୟତୀତ ଯେଉଁ ଚାଷୀ ଏହି କିଷାନ ଯୋଜନାର ଲାଭ ଉଠାକବାକୁ ଚାହୁଁଛି କିନ୍ତୁ ଏଯାବତ ଆବେଦନ କରି ନାହାନ୍ତି। ଅଧିକାରିକ ୱେବସାଇଟ pmkisan.gov.in ରେ ଯାଇ ରେଜିଷ୍ଟ୍ରେସନ କରି ପାରିବେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ-୯ ତାରିଖରେ ୯.୫ କୋଟି ଚାଷୀଙ୍କ ପରିବାରକୁ ୧୯.୫୦୦ କୋଟିରୁ ଅଧିକ ଟଙ୍କା ଟ୍ରାନ୍ସଫର କରିଛନ୍ତି।

ପ୍ରକାଶିତ ରିପୋର୍ଟ ମୁତାବକ, ପ୍ରଧାନମନ୍ତ୍ରୀ କିଷାନ ନିଧି ଯୋଜନା ମାଧ୍ୟମରେ ପଞ୍ଜୀକୃତ କୃଷକ ପରିବାରକୁ ବର୍ଷକୁ ୬୦୦୦ ଟଙ୍କା ଲେଖାଏଁ ପ୍ରଦାନ କରୁଛନ୍ତି କେନ୍ଦ୍ର ସରକାର । ଏହି କ୍ରମରେ କୃଷକମାନଙ୍କୁ ପ୍ରତି ୪ ମାସରେ ୨ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଉଛି । ଏହି ଅର୍ଥ ସିଧାସଳଖ ପଞ୍ଜୀକୃତ କୃଷକମାନଙ୍କର ବ୍ୟାଙ୍କ ଆକାଉଣ୍ଟରେ ପ୍ରଦାନ କରାଯାଉଛି ।

ସମ୍ବନ୍ଧିତ ଖବର