ହାଇଦ୍ରାବାଦ୍: ହାଇଦ୍ରାବାଦର ନାମ୍ପାଲିରେ ଘଟିଛି ଏକ ଅଭାବନୀୟ ଘଟଣା। ସେଠାରେ ଏକ ଆବାସିକ କୋଠାରେ ଅଗ୍ନିକାଣ୍ଡ ଘଟି ପ୍ରଥମେ ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଏବେ ଏହା ୯ ଜଣକୁ ବୃଦ୍ଧି ପାଇଛି। ଏହି ଅଗ୍ନିକାଣ୍ଡ ଘଟିବା ପରେ ସେଠାରୁ ଏବେ ସୁଦ୍ଧା ସମୁଦାୟ ୨୧ ଜଣଙ୍କୁ ଉଦ୍ଧାର କରାଯାଇ ସାରିଲାଣି। ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଛି।
ତେବେ ତଳେ ଏକ କାର୍ ମରାମତି କାର୍ଯ୍ୟ ଚଲୁଥିବା ବେଳେ ଅଚାନକ ବିସ୍ଫୋରଣ ଘଟିବାରୁ ଏପରି ହୋଇଛି ବୋଲି ଆମେ ପୂର୍ବରୁ ଜଣାଇଛୁ। ମିଳିଥିବା ଖବର ଅନୁଯାୟୀ ନିଆଁକୁ ନିୟନ୍ତ୍ରଣକୁ ନିଆଯାଇଛି ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଉପର ମହଲାରେ ଫସି ରହିଥିବା ଲୋକମାନଙ୍କୁ ଝରକା ବାଟ ଦେଇ ସୁରକ୍ଷିତ ଭାବେ ବାହାରକୁ ବାହାର କରାଯାଉଛି।
ନିଆଁ ଲାଗିବା ପ୍ରଥମେ ତଳ ମହଲାରୁ ଆରମ୍ଭ ହୋଇଥିବା ବେଳ ଧୀରେ ଧୀରେ ଏହା ଅନ୍ୟ ସବୁ ମହଲାକୁ ବି ବ୍ୟାପିଗଲା। ଉପର ମହଲାରେ ବ୍ୟାପିବା ପରେ ନିଆଁ ଆହୁରି ଜୋର୍ ଜଳିଥିଲା। ପ୍ରଥମେ ପାଣି ପକାଇ ଅଗ୍ନିକୁ ଆୟତ୍ତ କରିବାକୁ ଚେଷ୍ଟା କରାଯାଇଥିଲେ ବି ହୋଇ ପାରିନଥିଲା। ଶେଷରେ ରାସାୟନିକ ପଦାର୍ଥ ଦ୍ବାରା ନିଆଁକୁ ଆୟତ୍ତ କରାଯାଛି।
ଏହି ଅଗ୍ନିକାଣ୍ଡ ପ୍ରାୟ ସକାଳ ୯.୩୫ରେ ଘଟଛି। ଅଗ୍ନିକାଣ୍ଡ ଘଟିବା ପରେ ଘଟଣାସ୍ଥଳେ ଅନେକ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଛନ୍ତି। ଅଗ୍ନିକାଣ୍ଡରେ କ୍ଷୟକ୍ଷତିର ପରିମାଣ ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ ଜଣାପଡିନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/11/44cf972d-2f31-4255-a3a3-5af1ea05ea0c.jpg)