ନୂଆଦିଲ୍ଲୀ: ଦକ୍ଷିଣ ଡାକୋଟାରୁ ଉଡ଼ାଣ ଆରମ୍ଭ କରିବାର ଅଳ୍ପ ସମୟ ପରେ ଗୋଟାଏ ପିସି-୧୨ ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ଅନ୍ୟୂନ ନଅ ଜଣ ଲୋକ ପ୍ରାଣ ହରାଇଛନ୍ତି।
ଶନିବାର ଅପରାହ୍ଣ ପ୍ରାୟ ୧୨: ୩୦ ମିନିଟ୍ ସମୟରେ ବିମାନଟି ସିଓ ପ୍ରପାତ ଠାରୁ ପଶ୍ଚିମକୁ ୧୪୦ ମାଇଲ୍ ଦୂର ଚେମ୍ବୁଲନ୍ରୁ ଉଡ଼ାଣ ଆରମ୍ଭ କରିବାର ଅଳ୍ପ ସମୟ ପରେ ଦୁର୍ଘଟଣା ଘଟିଥିଲା।
ଦୁର୍ଘଟଣା ଯୋଗୁଁ ତିନି ଜଣ ଲୋକ ମଧ୍ୟ ଆହତ ହୋଇଛନ୍ତି। ତୁରନ୍ତ ସେମାନଙ୍କୁ ନିକଟବର୍ତ୍ତୀ ଡାକ୍ତରଖାନାକୁ ନିଆଯାଇ ଚିକିତ୍ସା ଯୋଗାଇ ଦିଆଯାଇଛି।
/sambad/media/post_attachments/wp-content/uploads/2019/12/pc1-300x225.jpg) Image Source: Breitbart
 Image Source: Breitbartପିଲାଟସ୍ ପିସି-୧୨ ବିମାନ ଆଇଡାହୋ ପ୍ରପାତ ଅଭିମୁଖେ ଯାଉଥିଲା ଏବଂ ସେଥିରେ ୧୨ ଜଣ ଯାତ୍ରୀ ଥିଲେ।
ଦୁର୍ଘଟଣାର କାରଣ ଜଣାପଡ଼ିନାହିଁ ବୋଲି ସେଠାକାର ସରକାରୀ କର୍ତ୍ତୃପକ୍ଷମାନେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/pc.jpg)
