ଜମି ବିବାଦକୁ ନେଇ ୟୁପିରେ ଗଣହତ୍ୟା, ୯ ମୃତ,୧୯ ଆହତ

ଲକ୍ଷ୍ନୌ : ଜମି ବିବାଦକୁ ନେଇ ଉତ୍ତରପ୍ରଦେଶରେ ଆଜି ଏକ ବଡ଼ ଧରଣର ଗଣହତ୍ୟା ହୋଇଛି । ଘଟଣାଟି ରାଜ୍ୟର ସୋନଭଦ୍ରା ଜିଲ୍ଲା ସାପାହୀ ଗ୍ରାମରେ ଘଟିଛି । ଏକ ଜମି ବିବାଦକୁ ନେଇ ଗାଁର ମୁଖିଆ ଓ ତାଙ୍କ ସମର୍ଥକମାନେ ଆଖିମୁଜା ଗୁଳିଚାଳନା କରିବାରୁ ଘଟଣାସ୍ଥଳରେ ୯ ଜଣ ମୃତ୍ୟୁବରଣ କରିଥିବାବେଳେ ଆହୁରି ୧୯ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ଗୁରୁତର ଥିବା ଜଣାଯାଇଛି । ଫଳରେ ଆଗକୁ ମୃତ୍ୟୁସଂଖ୍ୟା ବଢିବାର ଆଶଙ୍କା ରହିଛି । ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ଅଛନ୍ତି ।

 

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଘଟଣାରେ ତୁରନ୍ତ ହସ୍ତକ୍ଷେପ କରି ଦୋଷୀମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଉତ୍ତରପ୍ରଦେଶ ଡିଜିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପକ୍ଷରେ ଆହତଙ୍କ ମାଗଣା ଚିକିତ୍ସା ସୁନିଶ୍ଚିତ କରିବାକୁ ସୋନଭଦ୍ରା ଜିଲ୍ଲାପାଳ ଅଙ୍କିତ କୁମାର ଅଗ୍ରଓ୍ଵାଲଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହି ଘଟଣାରେ ପୁଲିସ ସଂପୃକ୍ତ ମୁଖିଆ ଯଜ୍ଞ ଦତ୍ତଙ୍କ ଦୁଇ ଜଣ ପୁତୁରାଙ୍କୁ ଗିରଫ କରିଛି ।

ସମ୍ବନ୍ଧିତ ଖବର