ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରରେ ତାଣ୍ଡବ ରଚିଲା ପ୍ରବଳ ବର୍ଷା। କିସ୍ତୱାଡ ପରେ ଏବେ ଡୋଡାରେ ଧୋଇନେଲା ଘର। ବର୍ଷ ବର୍ଷ ଧରି ପରିଶ୍ରମ କରିବା ପରେ ତିଆରି ହୋଇଥିବା ଘର ଆଜି ନିମିଷକେ ମଧ୍ୟରେ ବନ୍ୟା ଜଳରେ ଉଭେଇ ଯାଇଛି। ମଙ୍ଗଳବାର ବାଦଲଫଟା ବର୍ଷା ପାଇଁ ବନ୍ୟା ଆସିବାରୁ ଜମ୍ମୁ-କଶ୍ମୀରର ଡୋଡାରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଏଥିରେ ଏପର୍ଯ୍ୟନ୍ତ ୯ଜଣଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ଏହା ସହିତ ଶହ ଶହ ଘର କ୍ଷତିଗ୍ରସ୍ତ ହୋଇଥିବା ଜଣାଯାଇଛି।
ବୈଷ୍ଣୋଦେବୀ ମନ୍ଦିର ନିକଟବର୍ତ୍ତୀ ଅର୍ଦ୍ଧକୱାରୀରେ ଏକ ବଡ଼ ଭୂସ୍ଖଳନ ଯୋଗୁଁ ଅନେକ ଲୋକ ପ୍ରାଣ ହରାଇଛନ୍ତି ଏବଂ ଆହତ ହୋଇଛନ୍ତି। ଡୋଡାରେ ଘର ଭୁଶୁଡ଼ି ପଡ଼ିବା ଫଳରେ ଦୁଇଜଣଙ୍କର ମୃତ୍ୟୁ ହୋଇଛି ଏବଂ ଅନ୍ୟ ଦୁଇଜଣଙ୍କର ଆକସ୍ମିକ ବନ୍ୟାରେ ମୃତ୍ୟୁ ହୋଇଛି। ଏପର୍ଯ୍ୟ ମୋଟ୍ ୯ଜଣଙ୍କ ମୃତ୍ୟୁକୁ ନିଶ୍ଚିତ କରାଯାଇଥିବା ବେଳେ ନିଖୋଜ ଲୋକଙ୍କ ଖବର ମିଳିପାରିନାହିଁ। ପ୍ରମୁଖ ନଦୀଗୁଡ଼ିକରେ ଜଳସ୍ତର ବୃଦ୍ଧି ପାଉଥିବାରୁ ନଦୀକୂଳରୁ ଦୂରେଇ ରହିବାକୁ ବାସିନ୍ଦାଙ୍କୁ ଅନୁରୋଧ କରିଛନ୍ତି କର୍ତ୍ତୃପକ୍ଷ ।
/sambad/media/post_attachments/wp-content/uploads/2025/08/Doda-Cloudburst-1-963422.jpg)
ଭୂସ୍ଖଳନ ଏବଂ ବଡ଼ ବଡ଼ ପଥର ଖସିବା ଯୋଗୁଁ ରାମବନ ଜିଲ୍ଲାରେ ଶ୍ରୀନଗର-ଜମ୍ମୁ ଜାତୀୟ ରାଜପଥ ବନ୍ଦ ହୋଇଯାଇଛି। କଶ୍ମୀର ଉପତ୍ୟକାକୁ କିସ୍ତୱାର ସହିତ ସଂଯୋଗ କରୁଥିବା ସିନ୍ଥନ ଟପ୍ ପାସ୍ ମଧ୍ୟ ବନ୍ଦ ହୋଇଯାଇଛି। ଏହା ସହ ଜୋଜିଲା ପାସ୍ରେ ପ୍ରବଳ ତୁଷାରପାତ ଯୋଗୁଁ ଶ୍ରୀନଗର-ଲେହ ରାଜପଥରେ ଯାତାୟତରେ ସମସ୍ୟା ହେଉଛି। ବନ୍ଦେ ଭାରତ ଏକ୍ସପ୍ରେସ୍, ଶ୍ରୀ ଶକ୍ତି ଏକ୍ସପ୍ରେସ୍ ଏବଂ ହେମକୁଣ୍ଟ ଏକ୍ସପ୍ରେସ୍ ସମେତ କଟରା ଯିବା ଆସିବା କରୁଥିବା ଅନେକ ଟ୍ରେନ୍ ବାତିଲ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/08/26/new-project-22-2025-08-26-18-03-51.jpg)