ନେପାଳ ଭୂକମ୍ପରେ ଗୋଟିଏ ପରିବାରର ୯ ଜଣଙ୍କର ମୃତ୍ୟୁ

କାଠମାଣ୍ଡୁ: ନେପାଳରେ ଲଗାତାର ବର୍ଷା ହେତୁ ଭୂସ୍ଖଳନ ଆରମ୍ଭ ହୋଇଛି। ଶ୍ୟାଙ୍ଗଜା ଜିଲ୍ଲାରେ ଭୂସ୍ଖଳନ ଯୋଗୁଁ ୧୦ ଜଣଙ୍କର ମୃତ୍ୟୁ ହୋଇଛି। ଜିଲ୍ଲା ଅଧିକାରୀ ଗଙ୍ଗା ବାହାଦୂର ଛେତ୍ରୀ କହିଛନ୍ତି ଯେ ଉଦ୍ଧାର ହୋଇଥିବା ୧୦ଟି ମୃତଦେହ ମଧ୍ୟରୁ ୯ଟି ମୃତଦେହ ଗୋଟିଏ ପରିବାରର | ଅବଶିଷ୍ଟ ଜଣେ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

ଏହାପୂର୍ବରୁ ସେପ୍ଟେମ୍ବର ୧୩ ରେ ନେପାଳର ସିନ୍ଧୁପାଲଚୋକ୍ ଜିଲ୍ଲାରେ ଦୁଇଟି ଭୂସ୍ଖଳନ ଘଟି ନଅ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୨ ଜଣ ନିଖୋଜ ହୋଇଯାଇଥିଲେ। ପ୍ରଶାସନର କହିବା ଅନୁଯାୟୀ, ପ୍ରବଳ ବର୍ଷା ହେତୁ ସକାଳ ପ୍ରାୟ ୪ ଟା ସମୟରେ ଏହି ଭୂସ୍ଖଳନ ଘଟିଛି।

ଏହି ଭୂସ୍ଖଳନ ଦ୍ୱାରା ୧୯ ଟି ଘର ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବାବେଳେ ସମୁଦାୟ ୨୨୨ ପରିବାର ଏବେ ଖୋଲା ଆକାଶ ତଳେ ଜୀବନ ବିତାଉଛନ୍ତି | ସୂଚନା ଥାଉ କି ନେପାଳ ଓ ଚୀନ୍ ସୀମାବର୍ତ୍ତୀ ସିନ୍ଧୁପାଲକୋକ୍ ଜିଲ୍ଲାରେ ୨୦୧୫ ଭୂକମ୍ପ ପରେ ଭୂସ୍ଖଳନ ଓ ବନ୍ୟା ଯୋଗୁଁ ମୋଟ ୯୦୦୦ ଲୋକଙ୍କର ମୃତ୍ୟୁ ଘଟିଥିଲା ।

ସମ୍ବନ୍ଧିତ ଖବର