ପୁନେ : ୨୦୧୩ରେ ଜଣେ କଂଗ୍ରେସ କର୍ମୀଙ୍କୁ ହତ୍ୟା କରିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରି ପୁଣେ ଦୌରା କୋର୍ଟ ହିନ୍ଦୁ ରାଷ୍ଟ୍ର ସେନା (ଏଚ୍ଆର୍ଏସ୍)ର ୯ ଜଣ ସଦସ୍ୟଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି।
ଅପରାଧ ଘଟାଇବା ସମୟରେ ଉକ୍ତ ୯ ଜଣଙ୍କର ବୟସ ଥିଲା ୨୧ରୁ ୨୭ ଭିତରେ। ଦଣ୍ଡ କୋହଳ କରିବା ପାଇଁ ସେମାନେ ଆବେଦନ କରିଥିଲେ। ସ୍ବତନ୍ତ୍ର ପବ୍ଲିକ୍ ପ୍ରସିକ୍ୟୁଟର ଉଜ୍ଜ୍ବଳ ନିକାମ କୋର୍ଟଙ୍କୁ କହିଥିଲେ ଯେ ଅଭିଯୁକ୍ତମାନେ ସର୍ବସାଧାରଣରେ ହତ୍ୟା କରିଥିଲେ। ରକ୍ତଲଗା ଦାଆ ଦେଖାଇ ଦେଖୁଥିବା ଲୋକମାନଙ୍କୁ ସେଠାରୁ ପଳାଇଯିବାକୁ, ନ ହେଲେ ସମଦଶା ଭୋଗିବାକୁ ପଡ଼ିବ ବୋଲି ଧମକ ଦେଇଥିଲେ। ଦୋଷୀମାନଙ୍କୁ ଆଜୀବନ କରାଦଣ୍ଡ ଦେବାକୁ ସେ ଦାବି କରିଥିଲେ। କୋର୍ଟ ମଧ୍ୟ ଦୋଷୀମାନଙ୍କୁ ପ୍ରତ୍ୟେକଙ୍କୁ ୨୦,୦୦୦ ଟଙ୍କା ଲେଖାଏ ଦେବାକୁ ଆଦେଶ ଦେଇଛନ୍ତି, ଯେଉଁଥିରୁ ମୃତକଙ୍କ ପରିବାରକୁ ୧,୫୦,୦୦୦ ଟଙ୍କା ଦିଆଯିବ।