କୋଭିଡ ଟିକା ନେବାକୁ ମନା କଲେ ବାୟୁସେନାର ୯ଜଣ କର୍ମଚାରୀ: ଜଣେ ବହିଷ୍କୃତ

ନୂଆଦିଲ୍ଲୀ:  ଭାରତୀୟ ବାୟୁସେନା କୋଭିଡ ଟିକା ନେବାକୁ ମନା କରିବାରୁ ଜଣେ କର୍ମଚାରୀଙ୍କୁ ବହିଷ୍କୃତ କରିଥିବା ଘଟଣା କେନ୍ଦ୍ର ସରକାର ଗୁଜୁରାଟ ହାଇକୋର୍ଟଙ୍କୁ ଜଣାଇଛନ୍ତି।

ଅତିରିକ୍ତ ସଲିସିଟର ଜେନେରାଲ ଦେବାଙ୍ଗ ବ୍ୟାସ ବୁଧବାର ବାୟୁସେନାର କରପୋରଲ ଯୋଗେନ୍ଦ୍ର କୁମାରଙ୍କ ଆବେଦନରେ ହାଇକୋର୍ଟର ବିଚାରପତି ଏଜେ ଦେସାଇ ଓ ଏପି ଠେକରଙ୍କ ଖଣ୍ଡପୀଠରେ କହିଛନ୍ତି, କରୋନା ଭାଇରସ ମହାମାରୀରୁ ରକ୍ଷା ପାଇବା ପାଇଁ ଟିକାକୁ ଏକମାତ୍ର ବିକଳ୍ପ ବୋଲି କୁହାଯାଉଛି। ଏହି କାରଣରୁ ସରକାର ଲୋକମାନଙ୍କୁ ଯଥାଶୀଘ୍ର ଟିକା ନେବାକୁ ଅନୁରୋଧ କରୁଛନ୍ତି।

ଏଥିସହିତ ସରକାର ଲୋକଙ୍କୁ ସ୍ବଇଚ୍ଛାରେ ଟିକା ନେଇ ପାରିବେ ବୋଲି ସୂଚାଇ ଦେଇଛନ୍ତି। ବାୟୁସେନା ଟିକା ଦେବା ଆରମ୍ଭ ହେବାପରେ ଏହାକୁ ସେବାରେ ସାମିଲ କରିଛି। ଏହା ଅନୁସାରେ ବାୟୁସେନାର ସମସ୍ତ କର୍ମଚାରୀଙ୍କୁ କରୋନା ଟିକା ନେବାକୁ ଅନିବାର୍ଯ୍ୟ କରାଯାଇଛି। ଏହାପରେ ବି କିଛି କର୍ମଚାରୀ ଟିକା ନେବାକୁ ମନା କରୁଛନ୍ତି। ଏହାକୁ ନେଇ ବାୟୁସେନା ଟିକା ନେବାକୁ ମନା କରୁଥିବା ୯ଜଣ କର୍ମଚାରୀଙ୍କୁ ନୋଟିସ ଜାରି କରିଥିଲା। ଜଣେ କର୍ମଚାରୀ ଏହି ନୋଟିସର ଉତ୍ତର ଦେଇ ନଥିବାରୁ ତାଙ୍କୁ  ବହିଷ୍କୃତ କରାଯାଇଛି। ତେବେ ବାୟୁସେନାର ବଳ ହ୍ରାସ ନହେଉ ସେଥିପାଇଁ କର୍ମଚାରୀଙ୍କୁ ଅନିବାର୍ଯ୍ୟ ଭାବେ ଟିକା ନେବା ଜରୁରୀ।

 

 

ସମ୍ବନ୍ଧିତ ଖବର