ଉତ୍ତର ପ୍ରଦେଶର ପ୍ରତାପଗଡ଼ରେ ଟ୍ରକ୍‌ରେ ଧକ୍କା ଖାଇଲା ଏସ୍‌ୟୁଭି କାର୍; ୨ ଶିଶୁଙ୍କ ସମେତ ୯ ମୃତ

ପ୍ରୟାଗରାଜ: ଶୁକ୍ରବାର ପ୍ରତ୍ୟୁଷରେ ଉତ୍ତର ପ୍ରଦେଶର ପ୍ରତାପଗଡ଼ ଜିଲ୍ଲାରେ ସପରିବାର ଯାତ୍ରା କରୁଥିବା କାର୍‌ଟି ଗୋଟାଏ ଟ୍ରକ୍‌କୁ ଧକ୍କା ଦେବାରୁ ୨ଜଣ ଶିଶୁଙ୍କ ସମେତ ୯ଜଣଙ୍କର ମୃତ୍ୟୁ ଘଟିଥିବା କଥା ପୁଲିସ କହିଛି।

ପ୍ରତାପଗଡ଼ର ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍ ଅଭିଷେକ ସିଂହ କହିଛନ୍ତି, ନବାବଗଞ୍ଜ ଥାନା ଅଧୀନ ୱାଜିଦ୍‌ପୁର ଗାଁ ନିକଟରେ ଭୋର୍ ପ୍ରାୟ ୫: ୩୦ ବେଳେ ଏହି ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ହିଁ ୯ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି।

Image Courtesy of Zee News

ସେମାନେ ରାଜସ୍ଥାନରୁ ବିହାର ଅନ୍ତର୍ଗତ ଭୋଜପୁର ଅଭିମୁଖେ ଯାଉଥିଲେ। ସେମାନଙ୍କର ପରିଚୟ ମିଳିନାହିଁ। ଦୁର୍ଘଟଣାରେ ଆହତ ହୋଇଥିବା ଜଣେ ବ୍ୟକ୍ତିଙ୍କୁ ଚିକିତ୍ସା ନିମନ୍ତେ ରାଜଧାନୀ ଲକ୍ଷ୍ନୌକୁ ନିଆଯାଇଛି।

ଭାଙ୍ଗିରୁଜି ଯାଇଥିବା ଏସ୍‌ୟୁଭି କାର୍‌ଟିକୁ ଗ୍ୟାସ୍ କଟର୍‌ରେ କାଟି ପୁଲିସ ଶବ ଉଦ୍ଧାର କରିବା ସହ ସ୍ଥାନୀୟ ଅଧିବାସୀଙ୍କ ସହାୟତାରେ ଆହତଙ୍କୁ ଉଦ୍ଧାର କରିଥିଲା।

ଏହି ଘଟଣାରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁଃଖବ୍ୟକ୍ତ କରିବା ସହ ଆହତଙ୍କୁ ତୁରନ୍ତ ଏବଂ ଉପଯୁକ୍ତ ଚିକିତ୍ସା ନିମନ୍ତେ ଆଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର