ଶ୍ରୀନଗରରେ ଗ୍ରେନେଡ ଆକ୍ରମଣ : ୨ ଯବାନଙ୍କ ସମେତ ୯ ଗୁରୁତର, ଜୈଶ ଆତଙ୍କବାଦୀ ଗିରଫ

ଶ୍ରୀନଗର : ଶ୍ରୀନଗରର ଲାଲ ଚୌକ୍‌ ଅଞ୍ଚଳରେ ଆଜି ଆତଙ୍କବାଦୀଙ୍କ ଗ୍ରେନେଡ୍‌ ଆକ୍ରମଣ ଯୋଗୁଁ ୨ ଜଣ ସିଆର୍‌ପିଏଫ୍‌ ଯବାନ ଏବଂ ୭ ଜଣ ସାଧାରଣ ନାଗରିକ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ସେନା ହସ୍ପିଟାଲରେ ଚିକିତ୍ସା ଚାଳିଛି। ଲାଲ ଚୌକ ଅଞ୍ଚଳରେ ଥିବା ପ୍ରତାପ ପାର୍କରେ ସିଆରପିଏଫ ଯବାନ ମୁତୟନ ଥିଲେ। ଆତଙ୍କବାଦୀମାନେ ସେମାନଙ୍କୁ ଲକ୍ଷ୍ୟ କରି ଗ୍ରେନେଡ୍‌ ମାଡ଼ କରିଥିଲେ। ଏହି ଆକ୍ରମଣ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଛି। ସେନା ଆତଙ୍କବାଦୀଙ୍କୁ ଧରିବାକୁ ବଡ଼ ଧରଣର କମ୍ବିଂ ଅପରେସନ ଆରମ୍ଭ କରିଛି। ଏହି ଆକ୍ରମଣରେ ୩ ଜଣ ଆତଙ୍କବାଦୀଙ୍କ ସଂପୃକ୍ତି ଥିବା ଜଣାପଡ଼ିଛି। ସେହିଭଳି ଅନ୍ୟ ଏକ ମାମଲାରେ ଜମ୍ମୁ-କାଶ୍ମୀର ପୁଲିସ ଜୈଶ-ଏ-ମହମ୍ମଦ ଆତଙ୍କବାଦୀ ସଂଗଠନର କମାଣ୍ଡର ଜାହିଦ ଶେଖ୍‌ର ଭାଇ ସୁହାଇବ୍‌କୁ ପୁଲ୍‌ୱାମାର କରିମ୍‌ବାଦ ଅଞ୍ଚଳରେ ଗିରଫ କରିଛି।

ସମ୍ବନ୍ଧିତ ଖବର