ନୂଆଦିଲ୍ଲୀ: ରବିବାର ରାତିରେ ଉତ୍ତରପଶ୍ଚିମ ଦିଲ୍ଲୀର କିରାରି ଅଞ୍ଚଳରେ ଥିବା ଗୋଟାଏ ଲୁଗା ଗୋଦାମରେ ନିଆଁ ଲାଗିଯିବା ଯୋଗୁଁ ଅନ୍ୟୂନ ୯ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଓ ଅନ୍ୟ ୧୨ ଜଣ ସାଙ୍ଘାତିକ ଆହତ ହୋଇଛନ୍ତି।
ରାତି ପ୍ରାୟ ୧୨: ୩୦ ସମୟରେ ସେଠାରେ ନିଆଁ ଲାଗିଥିବା କଥା ଅଗ୍ନିଶମ ବିଭାଗ କହିଛି।
ଅଗ୍ନିଶମ ବିଭାଗ କର୍ମଚାରୀମାନଙ୍କ କହିବା ଅନୁସାରେ, ଗୋଟାଏ ଚାରି ତାଲା କୋଠାଘରର ତଳ ଅଂଶରେ ଅବସ୍ଥିତ ସେ ଲୁଗା ଗୋଦାମରୁ ନିଆଁ ଲିଭାଇ ଦିଆଯାଇଛି।
/sambad/media/post_attachments/wp-content/uploads/2019/12/kirafire-300x169.jpg)
ଚିକିତ୍ସା ନିମନ୍ତେ ଆହତମାନଙ୍କୁ ସଞ୍ଜୟ ଗାନ୍ଧୀ ମେମୋରିଆଲ୍ ହସ୍ପିଟାଲ୍ ଏବଂ ଆଖପାଖରେ ଥିବା ଅନ୍ୟାନ୍ୟ ଡାକ୍ତରଖାନାଗୁଡ଼ିକରେ ଭର୍ତ୍ତି କରାଯାଇଛି।
ପରିଚୟ ମିଳିଥିବା ମୃତବ୍ୟକ୍ତିମାନେ ହେଉଛନ୍ତି- ରାମ ଚନ୍ଦ୍ର ଝା, ସୁଦ୍ରିୟା ଦେବୀ, ସାନ୍ଦୁ ଝା, ଉଦୟ ଚୌଧୁରୀ, ମୁସ୍କାନ୍, ଅଞ୍ଜଳି, ଆଦର୍ଶ ଏବଂ ତୁଳସୀ। ସେମାନଙ୍କ ମଧ୍ୟରୁ ଜଣେ ମୃତା ମହିଳାଙ୍କ ପରିଚୟ ମିଳିପାରି ନାହିଁ।