କୋହ୍ଲାପୁର: ମହାରାଷ୍ଟ୍ରର ସାଙ୍ଗ୍ଲି ଜିଲ୍ଲାରେ ଆଜି ଏକ ଅଭାବନୀୟ ଘଟଣାକ୍ରମରେ ଗୋଟିଏ ପରିବାରର ଏକକାଳୀନ ୯ ଜଣଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ମହେସାଲ୍ ସହରର ଏକ ଘରୁ ସେମାନଙ୍କ ମୃତଦେହ ମିଳିଛି। ମୃତକମାନେ ହେଉଛନ୍ତି ୨ ଭାଇ ମାଣିକ ୟେଲ୍ଲପା ବନମୋରେ(୪୯), ପୋପଟ ୟେଲ୍ଲପା ବନମୋରେ (୫୨) ଏବଂ ସେମାନଙ୍କ ପରିବାରର ଅନ୍ୟ ସଦସ୍ୟ। ଅନ୍ୟ ସଦସ୍ୟମାନେ ହେଲେ ସଂଗୀତା ପୋପଟ ବନମୋରେ (୪୮), ଅର୍ଚ୍ଚନା ପୋପଟ ବନମୋରେ (୩୦), ସୁଭମ ପୋପଟ ବନମୋରେ (୨୮), ରେଖା ମାଣିକ ବନମୋରେ (୪୫), ଆଦିତ୍ୟ ମାଣିକ ବନମୋରେ (୧୫), ଅନୀତା ମାଣିକ ବନମୋରେ (୨୮), ଅକ୍କାତାଇ ବନମୋରେ (୭୨)। ସମସ୍ତେ ବିଷ ପିଇ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି। ପୁଲିସ ଏହାକୁ ଏକ ଗଣ ଆତ୍ମହତ୍ୟା ବୋଲି ସନ୍ଦେହ କରୁଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବାପରେ ଏହାର ପ୍ରକୃତ କାରଣ ଜଣାପଡ଼ିବ। ପୁଲିସ ଏନେଇ ଅଧିକ ତଦନ୍ତ ଜାରି ରଖିଛି। ତେବେ ଋଣବୋଝ କାରଣରୁ ପରିବାରର ସମସ୍ତ ସଦସ୍ୟ ଏକାବେଳେ ଏଭଳି ଚରମ ପଦକ୍ଷେପ ନେଇଥାଇ ପାରନ୍ତି ବୋଲି ପ୍ରାଥମିକ ତଦନ୍ତରୁ ପୁଲିସ ଅନୁମାନ କରୁଛି।
ଋଣବୋଝରୁ ଗଣଆତ୍ମହତ୍ୟା! ଗୋଟିଏ ପରିବାରର ୯ ଜଣଙ୍କ ମୃତ୍ୟୁ
/sambad/media/post_attachments/wp-content/uploads/2022/06/fhsffffffffffffffffff.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)