ଆତଙ୍କବାଦୀଙ୍କ ସହ ସଂପୃକ୍ତି ଅଭିଯୋଗ ପରେ ଶ୍ରୀଲଙ୍କା ସରକାରରୁ ଇସ୍ତଫା ଦେଲେ ୯ ମୁସଲିମ ମନ୍ତ୍ରୀ

କଲୋମ୍ବୋ : ଗତ ଏପ୍ରିଲମାସରେ ଶ୍ରୀଲଙ୍କାରେ ହୋଇଥିବା ଭୟଙ୍କର ସିରିଜ ବୋମା ବିସ୍ଫୋରଣ ପରେ ଏହି କ୍ଷୁଦ୍ର ଦେଶର ସଂଖ୍ୟାଲଘୁ ମୁସଲିମମାନଙ୍କ ପ୍ରତି ଆକ୍ରମଣ ବଢିଚାଲିଛି । ଏହା ସହିତ ଦେଶରେ ସଂଖ୍ୟାଗରିଷ୍ଠ ବୌଦ୍ଧ ଓ ସଂଖ୍ୟାଲଘୁ ମୁସଲିମମାନଙ୍କ ମଧ୍ୟରେ ବିବାଦ ବଢିଚାଲିଛି । ଦେଶର ସବୁ ମୁସଲମାନଙ୍କୁ ଏବେ ସଂଦେହ ଦୃଷ୍ଟିରେ ଦେଖଯାଉଛି । ଏପରିକି ଇଷ୍ଟର ବୋମା ବିସ୍ଫୋରଣ ମାମଲାରେ ଦେଶରେ କେତେକ ମୁସଲିମ ସାଂସଦ ଓ ଗଭର୍ଣ୍ଣରଙ୍କ ସଂପୃକ୍ତି ରହିଛି ବୋଲି ସଂଦେହ କରାଯିବା ପରେ ସେମାନେ ଅକଳରେ ପଡିଯାଇଛନ୍ତି । ଏହି ଆତଙ୍କବାଦୀ ଘଟଣାରେ ତଦନ୍ତ ଏବେ ଜାରି ରହିଥିବାରୁ ଶ୍ରୀଲଙ୍କା ସରକାରରେ ଥିବା ୯ ଜଣ ମୁସଲିମ ମନ୍ତ୍ରୀ ଇସ୍ତଫା େଦେଇଛନ୍ତି । ତଦନ୍ତ ଶେଷ ନହେବା ପର୍ଯ୍ୟନ୍ତ ସେମାନେ ସରକାରରେ ଯୋଗ ଦେବେନାହିଁ ବୋଲି ଶ୍ରୀଲଙ୍କା ମୁସଲିମ କଂଗ୍ରେସର ଜଣେ ସାଂସଦ ରଫ୍‌ ହକମ ଘୋଷଣା କରିଛନ୍ତି ।

ସରକାରରୁ ମୁସଲିମମାନଙ୍କୁ ହଟାଇବା ପାଇଁ ଜଣେ ବୌଦ୍ଧ ଧର୍ମଗୁରୁ ଏବେ ଅନଶନ କରୁଛନ୍ତି ।

ସମ୍ବନ୍ଧିତ ଖବର