ଆଇଫୋନ୍‌ରେ ୯ଟି ସରକାରୀ ଆପ୍ ବ୍ୟବହାର କରିହେବ ନାହିଁ

ନୂଆଦିଲ୍ଲୀ : ଗତ କିଛି ବର୍ଷ ଭିତରେ ଆପ୍‌ଗୁଡ଼ିକ ମୋବାଇଲ ଫୋନ୍ ବ୍ୟବହାରକାରୀଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ କମ୍ପୁଟିଂ ଟୁଲ ହୋଇପଡ଼ିଛି। ଟ୍ରେନ୍ ବା ବିମାନ ଯାତ୍ରା ପାଇଁ ଟିକେଟ ବୁକିଂ, ହସ୍ପିଟାଲ ଓ ଡାକ୍ତର ଆପଏଣ୍ଟମେଣ୍ଟ, ବ୍ୟାଙ୍କିଂ ଓ ଆର୍ଥିକ ସେବା, ବିଭିନ୍ନ ପ୍ରକାର ବିଲ୍ ପେମେଣ୍ଟ – ସବୁକିଛି କାମ ବିଭିନ୍ନ ଆପ୍ ଦ୍ବାରା ସହଜ ହୋଇଥାଏ। ଅନେକ ଗୁରୁତ୍ବପୂର୍ଣ୍ଣ ସରକାରୀ ସେବା ମଧ୍ୟ ଆପ୍ ଦ୍ବାରା ଉପଲବ୍ଧ ହୋଇଥାଏ। ସେଗୁଡ଼ିକ ଭିତରେ ରହିଛି- ରାଷ୍ଟ୍ରାୟତ୍ତ ବ୍ୟାଙ୍କ, ଆଧାର, ପିଏଫ୍‌ ଓ ଆହୁରି ଅନେକ। ଏହି ଆପ୍‌ଗୁଡ଼ିକ ଗୁଗ୍‌ଲ ପ୍ଲେ ଷ୍ଟୋର୍‌ରେ ଉପଲବ୍ଧ ଏବଂ ଆଣ୍ଡ୍ରଏଡ୍ ଫୋନ୍ ବ୍ୟବହାରକାରୀମାନେ ତାହା ଡାଉନଲୋଡ୍ କରି ବ୍ୟବହାର କରିପାରନ୍ତି। କିନ୍ତୁ ଆପ୍‌ଲ ଆପ୍ ଷ୍ଟୋରରେ ଏହି ଆପ୍‌ଗୁଡ଼ିକ ଉପଲବ୍ଧ ନୁହେଁ। ତେଣୁ ଆଇଫୋନ୍ ବ୍ୟବହାରକାରୀମାନେ ଏହିପରି ୯ଟି ନୂତନ ସରକାରୀ ଆପ୍ ବ୍ୟବହାର କରିପାରିବେ ନାହିଁ।

ଯେଉଁ ୯ଟି ଆପ୍ ଆଇଫୋନ୍‌ବାଲା ବ୍ୟବହାର କରିପାରିବେ ନାହିଁ, ସେଗୁଡ଼ିକ ହେଉଛି: ୧) ମାଇଁଗ୍ରିଭାନ୍ସ (କେନ୍ଦ୍ର ବା ରାଜ୍ୟ ସରକାରୀ ବିଭାଗଗୁଡ଼ିକରେ ନିଜର ଅଭିଯୋଗ ଦାଏର କରିବା ପାଇଁ ଉପଯୋଗୀ), ୨) ମାଇଁ ସିଜିଏଚ୍‌ଏସ୍ (ଏହା କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଉଦ୍ଦିଷ୍ଟ), ୩) ଜୀବନ ପ୍ରମାଣ (ଏହା ପେନସନରମାନଙ୍କ ଜୀବନ ପ୍ରମାଣ ଘରେ ‌ଥାଇ ଦେବାରେ ସାହାଯ୍ୟ କରିଥାଏ), ୪) ଡିଏନ୍‌ଡି (ଟ୍ରାଇ ଡିଏଡି ବା ଡୁ ନଟ୍ ଡିଷ୍ଟର୍ବ ଆପ୍ ଦ୍ବାରା ଆପଣଙ୍କ ମୋବାଇଲ ଫୋନ୍‌କୁ ପଞ୍ଜୀକୃତ କଲେ ଅବାଞ୍ଛିତ ବାଣିଜ୍ୟିକ ଫୋନ୍ କଲ୍ ଆସିବ ନାହିଁ), ୫) ରେଜିଷ୍ଟ୍ରେସନ ଆଣ୍ଡ୍ ଷ୍ଟାମ୍ପ ଡ୍ୟୁଟି (ଏହା ମେଘାଳୟ ବାସିନ୍ଦାଙ୍କ ପାଇଁ ଉଦ୍ଦିଷ୍ଟ), ୬) ପିଏମ୍‌ଓ ଇଣ୍ଡିଆ (୧୩ଟି ଭାଷାରେ ସଦ୍ୟ ଜରୁରି ସୂଚନା ଏଥିରୁ ମିଳିପାରିବ), ୭) ଭାଷିଣୀ (ବିଭିନ୍ନ ଭାଷା ପାଇଁ ଜାତୀୟ ପବ୍ଲିକ୍ ଡିଜିଟାଲ ମଞ୍ଚ ତିଆରି ପାଇଁ ଉଦ୍ଦିଷ୍ଟ), ୮) ଯୋଗ୍ୟତା (ଏହା ଏକ ଅନଲାଇନ ଶୈକ୍ଷିକ ମଞ୍ଚ, ଯାହା ନିଜର ଯୋଗ୍ୟତା ଓ କୌଶଳ ବିକାଶରେ ସାହାଯ୍ୟ କରେ) ଏବଂ ୯) କିଷାନ ସୁବିଧା (କୃଷକମାନଙ୍କ କୃଷି ଉତ୍ପାଦ ଉପଯୁକ୍ତ ଦରରେ ବିକିବାରେ ସାହାଯ୍ୟ କରେ)।

ସମ୍ବନ୍ଧିତ ଖବର