ସଡ଼କ ଦୁର୍ଘଟଣାରେ ଯବାନଙ୍କ ସମେତ ୯ ମୃତ

ଶ୍ରୀନଗର: ଜମ୍ମୁ କାଶ୍ମୀରର ଗନ୍ଦେରବଲ୍‌ ଜିଲ୍ଲା ଅଧୀନସ୍ଥ ଶ୍ରୀନଗର-ଲେହ ଜାତୀୟ ରାଜପଥରେ ଏକ କ୍ୟାବ୍‌ ଖାଇକୁ ଖସି ପଡ଼ିବା ଫଳରେ ଜଣେ ସେନା ଯବାନଙ୍କ ସମେତ ୯ ଜଣଙ୍କ ମୃତ୍ୟୁ ହୋଇଛି। ବୁଧବାର ବିଳମ୍ବିତ ରାତିରେ କ୍ୟାବ୍‌ଟି କାରଗିଲ୍‌ରୁ ଶ୍ରୀନଗର ଅଭିମୁଖେ ଯାଉଥିବାବେଳେ ଜୋଜିଲା ନିକଟରେ ଏହା ଏକ ଗଭୀର ଖାଇକୁ ଖସି ପଡ଼ିଥିଲା। ପୁଲିସ , ସେନା ଏବଂ ସ୍ଥାନୀୟ ଲୋକଙ୍କ ମିଳିତ ଉଦ୍ୟମରେ ସର୍ଚ ଅପରେସନ୍‌ ଆରମ୍ଭ ହୋଇଥିଲା। ୪ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଆଉ ୫ ଜଣଙ୍କ ହସ୍ପିଟାଲ୍‌ରେ ମୃତ୍ୟୁ ହୋଇଛି।

ସମ୍ବନ୍ଧିତ ଖବର