ମାଉଣ୍ଟ କିଲିମଞ୍ଜାରୋରେ ଜାତୀୟ ପତାକା ଉଡ଼ାଇଲେ ପୁନେର ବିସ୍ମୟ ବାଳକ ଅଦ୍ୱୈତ

ପୁନେ: ମହାରାଷ୍ଟ୍ରର ପୁନେର ଜଣେ ୯ ବର୍ଷିଅ ବାଳକ ବିଶ୍ୱର ଅନ୍ୟତମ ଉଚ୍ଚ ଶୃଙ୍ଗ ତାଞ୍ଜାନିଆ ସ୍ଥିତ ମାଉଣ୍ଟ କିଲିମଞ୍ଜାରୋ ରେ ଭାରତର ଜାତୀୟ ପତାକା ଉଡ଼ାଇଥିବା ଜଣାଯାଇଛି । ଏହି ବିସ୍ମୟ ବାଳକଙ୍କର ନାମ ଅଦ୍ୱୈତ ଭାରତୀୟ । ସେ ମାତ୍ର ନଅ ବର୍ଷ ବୟସରେ ସଦଶର ୭୩ତମ ସ୍ୱାଧୀନତା ଦିବସରେ ଏହି କାମ କରିଥିବା ହେତୁ ତାଙ୍କ ନାମ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହେବ ବୋଲି କୁହାଯାଉଛି । ଏହା ପୂର୍ବରୁ ଅଦ୍ୱୈତ ୬ ବର୍ଷ ବୟସରେ ୨୦୧୬ରେ ଏଭରେଷ୍ଟ ଶୃଙ୍ଗକୁ ସଫଳତାର ସହିତ ଚଢ଼ିଥିଲେ ।
ତାଞ୍ଜାନିଆସ୍ଥିତ କିଲିମଞ୍ଜାରୋ ପର୍ବତ ସମୁଦ୍ର ପତନଠାରୁ ୧୯,୩୪୧ ଫୁଟରେ ଅବସ୍ଥିତ ଏବଂ ଏହା ଆଫ୍ରିକାର ସର୍ବୋଚ୍ଚ ପର୍ବତ । ତାଙ୍କୁ ଗେହ୍ଲାରେ ସୁବୁମ ଟୋଟୋ (ସିମ୍ବା) ବୋଲି ସମସ୍ତେ ଡାକନ୍ତି। ଅଦ୍ୱୈତ ଟିମର ନେତୃତ୍ୱ ନେଇଥିବା ସମୀର ପାଥମଙ୍କ ନେତୃତ୍ୱରେ ଗତ ଜୁଲାଇ ୩୧ରେ ଅଭିଯାନ ଆରମ୍ଭ କରିଥିଲେ । ପୁନେ ନିବାସୀ ଅଦ୍ୱୈତ ଶୃଙ୍ଗକୁ ସଫଳତାର ସହିତ ଚଢ଼ିଛନ୍ତି ।

photo-newsdig

ଏ ସଂପର୍କରେ ଅଦ୍ୱୈତ କହିଛନ୍ତି ଯେ ଏହି ଟ୍ରାକରେ ଚଢ଼ିବା ବହୁତ ଅସୁବିଧା ହେଉଥିଲା । ଏଭରେଷ୍ଟ ଶିବିରରେ ସେ କାଠରେ ନିର୍ମିତ ଘରେ ରହିଛନ୍ତି, କିନ୍ତୁ କିଲିମଞ୍ଜାରୋରେ ଟେଣ୍ଟ ଥିଲା । ଏହା ଏକ ସ୍ମରଣୀୟ ଅନୁଭୂତି ଥିଲା ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର