ପ୍ରଭାବଶାଳୀ ବ୍ୟକ୍ତିମାନଙ୍କର ୮ ଲକ୍ଷ କୋଟି ଟଙ୍କାର ଋଣ ଛାଡ଼ କରିଛି ବିଜେପି: ପ୍ରିୟଙ୍କା ଗାନ୍ଧୀ

ନୂଆଦିଲ୍ଲୀ: କଂଗ୍ରେସର ସାଧାରଣ ସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ରବିବାର ଏକ ଟ୍ବିଟ୍‌ କରି ବିଜେପିକୁ ଟାର୍ଗେଟ କରିଥିବା ଦେଖିବାକୁ ମିଳିଛି। ପ୍ରିୟଙ୍କା ଟାର୍ଗେଟ କରି କହିଛନ୍ତି କି ବିଜେପି ବିଭିନ୍ନ ପ୍ରଭାବଶାଳୀ ଲୋକଙ୍କର ୮ ଲକ୍ଷ କୋଟି ଟଙ୍କାର ‌ଋଣ ଛାଡ଼ କରିଛି। ଏହି ପ୍ରଭାବଶାଳୀ ବ୍ୟକ୍ତିମାନେ ମୋଦୀଙ୍କ ଅନ୍ତରଙ୍ଗ ବନ୍ଧୁ ବୋଲି ସେ ଆକ୍ଷେପ କରିଛନ୍ତି।

ସେ କହିଛନ୍ତି କି ‘କଳାଧନ ମହଜୁଦ୍‌କାରୀଙ୍କ ନାମ ସରକାର ସାର୍ବଜନୀନ କରବେ ବୋଲି ପୂର୍ବରୁ ଘୋଷଣା କରିଥିବା ବେଳେ ଏବେ ଏମାନଙ୍କ ନାମ କାହିଁକି ସାର୍ବଜନୀନ କରୁନାହାନ୍ତି କାହିଁକି? କେଉଁ ପ୍ରକ୍ରିୟାରେ ଏମାନଙ୍କ ଋଣ ଛାଡ଼ କରାଯାଇଛି?’

ସେ ଭିନ୍ନ ଏକ ଟ୍ବିଟ୍‌ କରି ଲେଖିଛନ୍ତି, ‘ଯେଉଁଠି ଦେଶର କୃଷକମାନେ ଋଣ ବୋଝରୁ ମୁକ୍ତ ହୋଇ ପାରୁନାହାନ୍ତି, ସେଠି କ’ଣ ଭାବି ବିଜେପି ଏପରି ଧନୀ ଲୋକମାନଙ୍କ ଋଣ ଛ‌ାଡ଼ କରିଛି।’

ସମ୍ବନ୍ଧିତ ଖବର