ନୂଆଦିଲ୍ଲୀ : ବିଜେପି ସାଂସଦଙ୍କ କାର୍ ଧକ୍କାରେ ଜଣେ ୯ ବର୍ଷୀୟ ଶିଶୁର ମୃତ୍ୟୁ ଘଟିଛି। ଉତ୍ତରପ୍ରଦେଶର ବସ୍ତିରେ ଏହି ଦୁର୍ଘଟଣା ହୋଇଛି। ମୃତ ଶିଶୁର ନାମ ଅଭିଷେକ। ସେ ଶନିବାର ଦିନ ସ୍କୁଲ୍ରୁ ଫେରୁଥିବା ବେଳେ ବିଜେପି ସାଂସଦ ହରୀଶ ଦ୍ବିବେଦୀଙ୍କ ଗାଡ଼ି ତାଙ୍କ ଉପରେ ମାଡ଼ି ଯାଇଥିଲା ବୋଲି ଅଭିଯୋଗ ହୋଇଛି। ଅଭିଶେକଙ୍କ ବାପା ଶତ୍ରୁଘ୍ନ ରାଜଭର ଏନେଇ ପୁଲିସରେ ଅଭିଯୋଗ କରିଛନ୍ତି। ଶିଶୁକୁ ପ୍ରଥମେ ଜିଲ୍ଲା ହସ୍ପିଟାଲ୍ ନିଆଯାଇଥିଲା। ସେଠାରୁ ତାଙ୍କୁ ଲକ୍ଷ୍ନୌ ହସ୍ପିଟାଲ୍ ପଠାଯାଇଥିଲା। କିନ୍ତୁ ହସ୍ପିଟାଲ ଯିବା ବାଟରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା।
Advertisment
Sambad is now on WhatsApp
Join and get latest news updates delivered to you via WhatsApp