ଜୟପୁର: ମୃତ୍ୟୁ କେବତେବେଳେ କେମିତି ଆସିବ ତାହା କେହି କହିପାରିବେ ନାହିଁ। ରାଜସ୍ତାନର ଜୟପୁରରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ପ୍ରାଚୀ କୁମାୱତ ନାମକ ଏକ ୯ ବର୍ଷର ଝିଅ ସ୍କୁଲ୍ରେ ଅଚେତ ହୋଇ ପଡ଼ିବା ପରେ ଜୀବନ ଚାଲି ଯାଇଥିବା ସୂଚନା ରହିଛି।
ଝିଅଟି ସିକରର ଦାନ୍ତା ସହରରେ ଚତୁର୍ଥ ଶ୍ରେଣୀରେ ପଢ଼ୁଥିଲା। ମଙ୍ଗଳବାର ସକାଳେ ଖାଇବା ବିରତି ସମୟରେ ଝିଅଟି ଖାଇବାକୁ ବସିଥିଲା। ସେତେବେଳେ ସେ ଏକ୍ଦମ୍ ସୁସ୍ଥ ଦେଖାଯାଉଥିଲା। ମାତ୍ର ସେ ତା’ ଟିଫିନ୍ ଖୋଲିବା ପରେ ଅଚେତ ହୋଇ ପଡ଼ିଥିଲା।
ଶିକ୍ଷକମାନେ ଝିଅଟିକୁ ସାହାଯ୍ୟ ପାଇଁ ଦୌଡ଼ି ଆସିଲେ ଏବଂ ତାଙ୍କୁ ନିକଟସ୍ଥ ସମ୍ପ୍ରଦାୟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଗଲେ। ସେଠାରେ ଡାକ୍ତରମାନେ କହିଥିଲେ ଯେ ସେମାନେ ତାଙ୍କୁ ବଞ୍ଚାଇବା ପାଇଁ ଯଥାସମ୍ଭବ ଚେଷ୍ଟା କରିଥିଲେ। ହେଲେ ତାଙ୍କର ରକ୍ତଚାପ ହ୍ରାସ ପାଇଥିଲା। ହୃଦ୍ଘାତ କାରଣରୁ ତାଙ୍କୁ ବଞ୍ଚାଇ ହେଲା ନାହିଁ ବୋଲି ଡାକ୍ତରମାନେ ଅନୁମାନ କରୁଛନ୍ତି।
ପରିବାର ତାଙ୍କୁ ସିକରର ଏକ ବଡ଼ ଡାକ୍ତରଖାନାକୁ ନେଇଗଲେ। ତା’ପରେ ବି କିଛି ଲାଭ ହେଲା ନାହିଁ। ପ୍ରାଚୀ ସାମାନ୍ୟ ଥଣ୍ଡା ହେଉଥିବାରୁ ଗତ ଦୁଇ-ତିନି ଦିନ ଧରି ସ୍କୁଲରେ ଅନୁପସ୍ଥିତ ଥିଲେ ବୋ ଆଦର୍ଶ ବିଦ୍ୟା ମନ୍ଦିର ସ୍କୁଲର ଅଧ୍ୟକ୍ଷ ନନ୍ଦ କିଶୋର ତିୱାରୀ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/07/17/school-2025-07-17-18-07-47.jpg)