ଦୁବାଇରେ ୧ ମିଲିୟନ୍‌ ଡଲାରର୍‌ ଲଟେରି ଜିଣିଲେ ୯ ବର୍ଷୀୟ ଭାରତୀୟ ବାଳିକା

ଦୁବାଇ: ମଙ୍ଗଳବାର ଦିନ ଜଣେ ନଅ ବର୍ଷୀୟ ଭାରତୀୟ ବାଳିକା ‘ଦୁବାଇ ଡିୟୁଟି ଫ୍ରି’ର ‘ମିଲେନିୟମ୍‌ ମିଲିଓନେୟାର୍‌’ରେ ୧ ମିଲିୟନ୍‌ ଆମେରିକୀୟ ଡଲାର (ଟ. ୬, ୯୫, ୩୨, ୫୦୦/-) ଲଟେରି ଜିଣିଛନ୍ତି। ଛଅ ବର୍ଷ ତଳେ ସେ ସେହି ଲଟେରି ସଂସ୍ଥାରୁ ଗୋଟାଏ ବିଳାସମୟ କାର୍‌ ଜିଣିଥିଲେ।

‘ଖଲିଜ୍‌ ଟାଇମ୍‌ସ୍‌’ ରିପୋର୍ଟ ଅନୁସାରେ, ଗ୍ରେଡ୍‌ ସ୍କୁଲ୍‌ ଛାତ୍ରୀ ଏଲିଜା ଏମ୍‌. ଟିକେଟ୍‌ ନମ୍ବର ୦୩୩୩ରେ ଲଟେରି ଜିଣିଛନ୍ତି।

ତାଙ୍କର ବାପା ଏମ୍‌. ମୁମ୍ବାଇରୁ ଯାଇ ୧୯ ବର୍ଷ ହେବ ଦୁବାଇରେ ରହୁଛନ୍ତି। ସେ କହନ୍ତି ୨୦୦୪ ଠାରୁ ସେ ନିୟମିତ ଦୁବାଇ ଡିୟୁଟି ଫ୍ରି ମିଲେନିୟମ୍‌ ମିଲିଓନେୟାର୍‌ରେ ଅଂଶ ଗ୍ରହଣ କରୁଛନ୍ତି।

ତାଙ୍କ ସୌଭାଗ୍ୟ ନମ୍ବର ୯ ହୋଇଥିବାରୁ ସେ ଝିଅ ଏଲିଜା ନାମରେ ଟିକେଟ୍‌ ନମ୍ବର ୦୩୩୩ କିଣିବେ ବୋଲି ସ୍ଥିର କରିଥିଲେ। ଦୁବାଇ ଡିୟୁଟି ଫ୍ରି ପ୍ରମୋସନ୍‌ରେ ଝିଅଟି ନୂଆ ବିଜୟିନୀ ନୁହନ୍ତି। ଜାନୁଆରି ୨୦୧୩ରେ ସେ ବିଳାସମୟ ମ୍ୟାକ୍‌ଲାରେନ୍‌ କୋପ୍‌ କାର୍‌ ଜିଣିଥିଲେ।

୧୯୯୯ରୁ ଆରମ୍ଭ ହୋଇଥିବା ‘ଦୁବାଇ ଡିୟୁଟି ଫ୍ରି ମିଲେନିୟମ୍‌ ମିଲିଓନେୟାର୍‌’ ଜିଣିବାରେ ସେ ହେଉଛନ୍ତି ୧୪୦ ନମ୍ବର ଭାରତୀୟ ବିଜେତା।

ସମ୍ବନ୍ଧିତ ଖବର