କିଭ୍: ସୋସିଆଲ ମିଡିଆରେ ପ୍ରତିଦିନ ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧର ଭୟାବହ ଓ ହୃଦୟବିଦାରକ ଦୃଶ୍ୟ ସାମ୍ନାକୁ ଆସୁଛି। ଋଷ ସୈନିକମାନଙ୍କ ଆକ୍ରମଣରେ ଏଯାବତ ୯୭ଜଣ ଶିଶୁଙ୍କ ମୃତ୍ୟୁ ହୋଇସାରିଥିବା ରିପୋର୍ଟ ରହିଛି।
ଏହି କ୍ରମରେ ଜଣେ ୯ବର୍ଷର ଶିଶୁ କହିଛି, ‘ମୋର କ୍ଷତି କରିବା ସେମାନଙ୍କର କୌଣସି ଉଦ୍ଦେଶ୍ୟ ନଥିଲା, ଏହା କୌଣସି ଦୁର୍ଘଟଣା ହୋଇଥାଇପାରେ’। ଏହି ଶିଶୁ ଜଣକ ଋଷ ସେନା ଆକ୍ରମଣରେ ତାର ବାପାଙ୍କୁ ହରାଇଲା ଥିଲା ବେଳେ ନିଜ ହାତ ବି ହରାଇଛି। ଝିଅଟିର ନାମ ହେଉଛି ଶାଶା। ଚିକିତ୍ସା ପାଇଁ ଶାଶାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ସୂଚନାନୁସାରେ, ଶାଶା ଗତ ସପ୍ତାହରେ ତାର ବାପା-ମା ଏବଂ ଭଉଣୀ ସହ ୟୁକ୍ରେନ ରାଜଧାନୀ କିଭର ଉପନଗର ହୋଷ୍ଟୋମେଲ ଛାଡି ଯାଉଥିଲେ। ଏହି ସମୟରେ ଦୁର୍ଭାଗ୍ୟବଶତଃ ଋଷର ସୈନିକମାନେ ସେ ଯାଉଥିବା କାର ଉପରକୁ ଗୁଳି ଚଳାଇଥିଲେ। ଋଷ ସେନା ଆକ୍ରମଣରେ ଘଟଣାସ୍ଥଳରେ ଶାଶାଙ୍କ ହାତରେ ଗୁଳି ବାଜିବା ସହିତ ତାଙ୍କ ଆଖି ସାମ୍ନାରେ ବାପା ଟଳି ପଡ଼ିଥିଲେ।
ଏହି ଭୟାବହ ଘଟଣାକୁ ନେଇ ଶାଶା କହିଛନ୍ତି, ‘ଋଷ୍ ସେନା ଆମ ଉପରକୁ କାହିଁକି ଗୁଳି ଚଳାଇଲେ ସେ କଥା ମୁଁ ଜାଣି ନାହିଁ।। ଋଷ ସେନା ଆକ୍ରମଣରେ ବାପଙ୍କୁ ହରାଇବା ସହିତ ମୋ ହାତ ବି ହରାଇଛି। ତେବେ କାହାରି ଉଦ୍ଦେଶ୍ୟ ମୋତେ ଆଘାତ ଦେବାର ନଥିଲା। ଇଏ ଏକ ଦୁର୍ଘଟଣା ହୋଇଥାଇପାରେ।’
ଏତେ ସବୁ ପରେ ଶାଶାଙ୍କ ଏଭଳି କଥା ଶୁଣି ସମସ୍ତେ ସ୍ତବ୍ଧ ପ୍ରାୟ । ଏତେ କମ ବୟସରୁ ଝିଅର ଏମିତି ଧୌର୍ଯ୍ୟ କେମିତି ବୋଲି ଲୋକେ ଭାବିବାକୁ ବାଧ୍ୟ ହେଉଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/0764379e-dfd0-4e54-8f28-8e31774c7f94.jpg)