କେତେ ନିରାପଦ ପ୍ଲାଷ୍ଟିକ ବୋତଲ ପାଣି ? ଏହି ରିପୋର୍ଟ ପଢିଲେ ଚମକି ପଡିବେ

ନୂଆଦିଲ୍ଲୀ: ସାରା ବିଶ୍ୱରେ ପ୍ଲାଷ୍ଟିକ ପାଣିବୋତଲର ପ୍ରସାର ବଢିଚାଲିଛି । ଏବେ ପ୍ଲାଷ୍ଟିକ ବୋତଲ ବଜାରର ଆକାର ପ୍ରାୟ ୧୫୦ ବିଲିୟନ ଡଲାର ହେବ ବୋଲି ଅଟକଳ କରାଯାଉଛି । କିନ୍ତୁ ଏସବୁ ପାଣିଗୁଡ଼ିକ ଆମ ଶରୀର ପାଇଁ କେତେ ନିରାପଦ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏକ ନୂଆ ବୈଜ୍ଞାନିକ ଅଧ୍ୟୟନରୁ ଜଣାପଡିଛି ଯେ ବଜାରରେ ଥିବା ପାଣିବୋତଲଗୁଡ଼ିକ ମଧ୍ୟରୁ ପ୍ରାୟ ୯୦ ପ୍ରତିଶତ ପାଣି ଅପମିଶ୍ରିତ । ଏସବୁ ପାଣିରେ ମାଇକ୍ରୋପ୍ଲାଷ୍ଟିକ କଣିକା ରହିଥିବା ଜଣାପଡିଛି । ଆମେରିକାର ଏକ ଏନଜିଓ ଅରବ୍‌ ମିଡିଆ ଦ୍ୱାରା ଏହି ଅଧ୍ୟୟନ କରାଯାଇଥିଲା । ଏହି ରିପୋର୍ଟରୁ ଜଣାପଡିଛି ଯେ ପ୍ଲାଷ୍ଟିକ ବୋତଲରେ ଥିବା ପାଣିରେ ପଲିପ୍ରୋପିଲିନ,ନାଇଲନ ଓ ପଲିଏଥିଲିନ ଟେରେପଥଲେଟ୍‌ ରହିଛି । ଅର୍ଥାତ୍‌ ଆପଣ ଯଦି ପ୍ଲାଷ୍ଟକ ବୋତଲରେ ପାଣି ପିଉଛନ୍ତି ତେବେ ଆପଣଙ୍କ ଶରୀରକୁ ଏସବୁ ମାରାତ୍ମକ ମାଇକ୍ରୋପ୍ଲାଷ୍ଟିକ ଯାଉଛି । ମାନବ ଶରୀର ଉପରେ ଏସବୁ ରାସାୟନିକ ପଦାର୍ଥ ଗୁରୁତର ପ୍ରଭାବ ରହିଛି । ତେବେ ନିର୍ଦ୍ଦିଷ୍ଟ ଭାବେ କି କି ପ୍ରଭାବ ପଡିବ ସେ ନେଇ ଆଉ ଏକ ଅଧ୍ୟୟନର ଆବଶ୍ୟକତା ରହିଛି ବୋଲି ରିପୋର୍ଟରେ କୁହାଯାଇଛି ।

ଏହି ଅଧ୍ୟୟନ କରିବା ପାଇଁ ସଂସ୍ଥା ପକ୍ଷରୁ ୧୯ଟି ଦେଶରୁ ନମୁନା ସଂଗ୍ରହ କରାଯାଇଥିଲା । ଏସବୁ ଦେଶମାନଙ୍କ ମଧ୍ୟରେ ଅଛନ୍ତି ଭାରତ,ବ୍ରାଜିଲ, ଚୀନ,ଇଣ୍ଡୋନେସିଆ, କେନିଆ, ଲେବାନନ,ମେକ୍ସିକୋ, ଥାଇଲାଣ୍ଡ ଓ ୟୁଏସ ।

ସମ୍ବନ୍ଧିତ ଖବର