ଲିଜ୍ ଟ୍ରସ ବ୍ରିଟିସ ପ୍ରଧାନମନ୍ତ୍ରୀ ହେବାର ସମ୍ଭାବନା ୯୦% : ରିପୋର୍ଟ

ଲଣ୍ଡନ : ବ୍ରିଟିଶ ପ୍ରଧାନମନ୍ତ୍ରୀ ପଦ ପାଇଁ ଭାରତୀୟ ବଂଶୋଦ୍ଭବ ଋଷି ସୁନକ ଓ ଲିଜ ଟ୍ରସଙ୍କ ମଧ୍ୟରେ ଚାଲିଥିବା ପ୍ରତିଯୋଗିତା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଏବେ ଉଭୟ ପ୍ରାର୍ଥୀ ଦେଶ ବିଭିନ୍ନ ଅଂଚଳ ବୁଲି ନିଜ ସପକ୍ଷରେ ସମର୍ଥନ ଯୋଗାଡ଼ କରୁଛନ୍ତି । କଂଜରଭେଟିଭ ଦଳର ସଦସ୍ୟଙ୍କ ସମର୍ଥନ ଯୋଗାଡ଼ କରିବାରେ ସେମାନେ ଏବେ ବ୍ୟସ୍ତ ଅଛନ୍ତି ।
ରୁଷି ସୁନକ ଭାରତୀୟ ବଂଶୋଦ୍ଭବ ହୋଇଥିବାରୁ ସେ ପ୍ରଧାନମନ୍ତ୍ରୀ ହୁଅନ୍ତୁ ବୋଲି ଭାରତୀୟମାନେ ସ୍ବପ୍ନ ଦେଖୁଛନ୍ତି । କିନ୍ତୁ ହାଓ୍ବା କାହା ସପକ୍ଷରେ ରହିଛି ?
ଇଂଲଣ୍ଡର ବେଟିଂ ଏକ୍ସଚେଞ୍ଜ ସଂସ୍ଥା ସ୍ମାର୍କେଟସର ପୂର୍ବାନୁମାନ ଅନୁସାରେ ହାଓ୍ବା ଧୀରେ ଧୀରେ ଲିଜଙ୍କ ସପକ୍ଷରେ ବୋହିବା ଆରମ୍ଭ କରିଛି । ସେ ପ୍ରଧାନମନ୍ତ୍ରୀ ହେବାର ସମ୍ଭାବନା ପ୍ରାୟ ୯୦ ପ୍ରତିଶତ ଥିବାବେଳେ ଋଷି ସମ୍ଭାବନା ମାତ୍ର ୧୦ ପ୍ରତିଶତ ।

ଗତ ସପ୍ତାହରେ ଯେତେବେଳେ ଚୂଡ଼ାନ୍ତ ପ୍ରତିଦ୍ବନ୍ଦିତା ଲିଜ୍ ଓ ଋଷିଙ୍କ ମଧ୍ୟରେ ରହିଯାଇଥିଲା, ସେତେବେଳେ ଲିଜଙ୍କ ସମ୍ଭାବନା ୬୦ ପ୍ରତିଶତ ଥିବାବେଳେ ଋଷିଙ୍କ ସମ୍ଭାବନା ୪୦ ପ୍ରତିଶତ ଥିଲା । କିନ୍ତୁ ଏବେ ଏହି ଦୌଡ଼ରେ ଋଷି ପଛେଇଯାଇଛନ୍ତି ।

ପୂର୍ବରୁ କଂଜରଭେଟିଭ ଦଳରେ ମନେ କରାଯାଉଥିଲା ଯେ ଋଷି ଜଣେ ଭଲ ପ୍ରଚାରକ ହେବେ ଓ କର୍ମୀଙ୍କୁ ପ୍ରଭାବିତ କରିପାରିବେ । କିନ୍ତୁ ଏବେ ଲିଜ୍  ଟ୍ରସ ଏ କ୍ଷେତ୍ରରେ ତାଙ୍କୁ ପଛରେ ପକାଇଦେଇଛନ୍ତି ।

 

 

ସମ୍ବନ୍ଧିତ ଖବର