ନିର୍ବାଚନ-୨୦୧୯: ୧୦ ଲକ୍ଷ ବୁଥରେ ମତଦାନ ସାବ୍ୟସ୍ତ କରିବେ ୯୦ କୋଟି ଭୋଟର

ନୂଆଦିଲ୍ଲୀ: ନୂଆଦିଲ୍ଲୀର ବିଜ୍ଞାନ ଭବନରେ ମୁଖ୍ୟ ନିର୍ବାଚନ କମିସନର ସୁନୀଲ ଆରୋରା ୨୦୧୯ ଲୋକସଭା ଓ ୪ ରାଜ୍ୟର ବିଧାନସଭା ନିର୍ବାଚନ ଲାଗି ତାରିଖ ଘୋଷଣା କରିଛନ୍ତି । ଘୋଷଣା ପୂର୍ବରୁ ସେ ଦେଶର ନିର୍ବାଚନୀ ଦୃଶ୍ୟପଟ୍ଟ ସଂପର୍କରେ ସୂଚନା ଦେଇଥିଲେ। ନିମ୍ନରେ ଏହାର ମୁଖ୍ୟାଂଶ ପ୍ରଦାନ କରାଗଲା।

– ୨୦୧୯ ଲୋକସଭା ନିର୍ବାଚନରେ ଦେଶର ୯୦ କୋଟି ମତଦାତା ସେମାନଙ୍କର ମତଦାନ ଅଧିକାର ସାବ୍ୟସ୍ତ କରିବେ। ଏମାନଙ୍କ ମଧ୍ୟରେ ୧୮ରୁ ୧୯ ବର୍ଷ ବୟସ ମଧ୍ୟରେ ଥିବା ନୂଆ ଭୋଟରଙ୍କ ସଂଖ୍ୟା ହେଉଛି ୧.୫ କୋଟି।
– ୨୦୧୯ ଲୋକସଭା ନିର୍ବାଚନରେ ମତଗ୍ରହଣ ପାଇଁ ୧୦ ଲକ୍ଷ ମତଦାନ କେନ୍ଦ୍ର କରାଯାଇଛି। ଗତ ୨୦୧୪ ନିର୍ବାଚନରେ ଏହାର ସଂଖ୍ୟାଥିଲା ୯ ଲକ୍ଷ।
– ଇଭିଏମ୍‌ର ସ୍ୱଚ୍ଛତା ବଜାୟ ରଖିବା ପାଇଁ ପ୍ରତି ଇଭିଏମ୍‌ ମେସିନ୍‌ର ଜିପିଏସ୍‌ ଦ୍ୱାରା ଟ୍ରାକିଂ କରାଯିବ ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଅରୋରା।

– ଆଜି ଠାରୁ ସମଗ୍ର ଦେଶରେ ଆଦର୍ଶ ନିର୍ବାଚନ ଆଚରଣ ବିଧି, ମଡେଲ କୋଡ୍‌ ଅଫ୍‌ କଣ୍ଡକ୍ଟ (ଏମ୍‌ସିସି) ଲାଗୁ। ଚଳିତ ନିର୍ବାଚନ କାଳରେ ଆଦର୍ଶ ନିର୍ବାଚନ ଆଚରଣ ବିଧିକୁ ଉଲ୍ଲଂଘନ କଲେ ଗ୍ରହଣ କରାଯିବ କଠୋର କାର୍ଯ୍ୟାନୁଷ୍ଠାନ।
– ମତ ଗ୍ରହଣର ୪୮ ଘଣ୍ଟା ପୂର୍ବରୁ ବନ୍ଦ ହେବ ନିର୍ବାଚନ ପ୍ରଚାର। ପ୍ରଚାର କାଳରେ ମାଇକ୍‌ର ବ୍ୟବହାର ରାତି ୧୦ରୁ ସକାଳ୬ ପର୍ଯ୍ୟନ୍ତ ବନ୍ଦ ରହିବ।
– ଚଳିତ ନିର୍ବାଚନରେ ମତ ଗ୍ରହଣ କାଳରେ ପ୍ରତିଟି ଇଭିଏମ୍‌ ସହ ଭିଭିପାଟ୍‌ର ବ୍ୟବହାର କରାଯିବ।
– ଚଳିତ ନିର୍ବାଚନରେ ଇଭିଏମ୍‌ରେ ଦଳୀୟ ଚିହ୍ନ ସହ ପ୍ରାର୍ଥୀଙ୍କ ମୁହଁର ଫଯୋ ମଧ୍ୟ ରହିବ।
– ଚଳିତ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀମାନେ ତାଙ୍କର ସୋସିଆଲ ମିଡିଆ ଆକାଉଣ୍ଟ ସଂପର୍କିତ ସମସ୍ତ ତଥ୍ୟ ପ୍ରାର୍ଥୀପତ୍ରରେ ପ୍ରଦାନ କରିବେ।
– ଚଳିତ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀମାନଙ୍କର ସୋସିଆଲ ମିଡିଆରେ ପ୍ରଚାରକୁ ମଧ୍ୟ ଆଦର୍ଶ ନିର୍ବାଚନ ଆଚରଣ ବିଧିର ପରିସର ଭୁକ୍ତ କରାଯିବ।

ମିଳିଥିବା ସୂଚନା ଅନୁସାରେ, ପୂରା ନିର୍ବାଚନ ପ୍ରକ୍ରିୟାର ଭିଡିଓ ଗ୍ରାଫି ମଧ୍ୟ କରାଯିବ । ନିର୍ବାଚନ ନେଇ କୌଣସି ଅଭିଯୋଗ ରହିଥିଲେ ‘୧୯୫୦’କୁ କଲ କରି ଅଭିଯୋଗ କରିପାରିବେ । ଅଭିଯୋଗର ମାତ୍ର ୧୦୦ ଘଣ୍ଟା ମଧ୍ୟରେ ତାହା ଉପରେ ପଦକ୍ଷେପ ନିଆଯିବ ବୋଲି ସୂଚନା ରହିଛି ।  ସୋଶିଆଲ ମିଡିଆ ଉପରେ ମଧ୍ୟ ନିର୍ବାଚନ ଆୟୋଗଙ୍କ କଡା ନଜର ରହିବ ।

ସମ୍ବନ୍ଧିତ ଖବର