୯୦ ପ୍ରତିଶତ ଆଇଏଏସ୍‌ ଅଧିକାରୀ କାମ କରୁନାହାନ୍ତି: କେଜ୍ରିଓ୍ଵାଲ

ନୂଆଦିଲ୍ଲୀ,: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ଆଇଏଏସ୍‌ ଅଧିକାରୀମାନଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ୯୦ ପ୍ରତିଶତ ଆଇଏଏସ୍‌ ଅଧିକାରୀ ସେମାନଙ୍କ କାମ ଠିକ୍‌ ଭାବେ କରୁନାହାନ୍ତି ଏବଂ ଫାଇଲ୍‌ ଅଯଥାରେ ପଡ଼ି ରହୁଛି ବୋଲି କେଜ୍ରିଓ୍ଵାଲ କହିଛନ୍ତି। ଦିଲ୍ଲୀର ବିକାଶ ସଚିବାଳୟରେ ଅଟକି ଯାଉଛି ବୋଲି ସେ କହିଛନ୍ତି। ନିଯୁକ୍ତି, ବିଦ୍ୟୁତ ଯୋଗାଣ ଏବଂ ବିଭିନ୍ନ ବିକାଶ ପ୍ରସଙ୍ଗରେ ଫାଇଲ୍‌ ଅଟକି ରହୁଥିବାରୁ କେଜ୍ରିଓ୍ଵାଲ କ୍ଷୋଭ ପ୍ରକାଶ କରିଛନ୍ତି। ଏପରିକି ଆଇଏଏସ୍‌ ଅଧିକାରୀମାନେ ବିନା କାରଣରେ ସରକାରଙ୍କ ନିଷ୍ପତ୍ତିରେ ପ୍ରଶ୍ନ ଉଠାଉଥିବା ଦେଖିବାକୁ ମିଳିଛି। ଏଭଳି ସ୍ଥିତିରେ ପରିବର୍ତ୍ତନ ଆସିବା ଜରୁରୀ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର