ଲିବିଆରେ ନୌକା ବୁଡ଼ି ୯୦ଜଣଙ୍କର ମୃତ୍ୟୁ

ତ୍ରିପୋଲି : ଶୁକ୍ରବାର ଲିବିଆରେ ଏକ ନୌକା ଦୁର୍ଘଟଣାରେ ୯୦ ଜଣ ପ୍ରାଣ ହରାଇଥିବା ଅନୁମାନ କରାଯାଉଛି। ଲିବିଆ ଦେଇ ବେଆଇନ ଭାବରେ ଇଟାଲୀ ଏବଂ ୟୁରୋପ ଯାଉଥିବା ବେଳେ ନୌକାଟି ଭାରସାମ୍ୟ ହରାଇ ବୁଡ଼ି ଯାଇଥିଲା । ଏହି ଦୁର୍ଘଟଣାରେ ୯୦ ଜଣ ନିଖୋଜ ଥିବା ବେଳେ ୧୦ ଜଣଙ୍କୁ ଉଦ୍ଧାର କରାଯାଇଥିବା ଅନ୍ତଃରାଷ୍ଟ୍ରୀୟ ସଂଗଠନର ପ୍ରବାସୀ ପ୍ରବକ୍ତା ଓଲିବିଆ ହଡ଼ସନ କହିଛନ୍ତି ।

dainik bhaskar

ସେଥି ମଧ୍ୟରୁ ୮ ଜଣ ପାକିସ୍ଥାନୀ ଏବଂ ୨ଜଣ ଲିବିଆ ନାଗରିକ ଥିବା ଜଣା ପଡ଼ିଛି । ହଡ଼ସନଙ୍କ କହିବା ଅନୁଯାୟୀ, ଏ ପର୍ଯ୍ୟନ୍ତ ୯୦ ଜଣ ମୃତ୍ୟୁବରଣ କରିଥିବା ଅନୁମାନ କରାଯାଉଛି । କିନ୍ତୁ ଆମେ ସଠିକ୍‌ ସଂଖ୍ୟା ଜାଣିବାକୁ ଚେଷ୍ଟା କରୁଛୁ । ପାକିସ୍ତାନ ଏବଂ ଲିବିଆରୁ ଲୋକମାନେ ୟୁରୋପ ଏବ ଂଇଟାଲୀକୁ ଜଳପଥ ଦେଇ ଯାଉଥିବା ବେଳେ ଡ଼ଙ୍ଗାଟି ନିୟନ୍ତ୍ରଣ ହରାଇଥିଲା । ଫଳରେ ଡ଼ଙ୍ଗାଟି ବୁଡ଼ି ଯିବାରୁ ହଠାତ୍‌ ସେମାନଙ୍କୁ ଉଦ୍ଧାର କରାଯାଇ ପାରି ନଥିଲା । ଦୁର୍ଘଟଣା ପରେ ଖୋଜା ଖୋଜି କରିବା ପରେ ୧୦ ଜଣଙ୍କୁ ଉଦ୍ଧାର କରାଯାଇଥିଲା । ଦୀର୍ଘ ୪ବର୍ଷ ମଧ୍ୟରେ ୬ ଲକ୍ଷ ଲୋକ ଲିବିଆ ଦେଇ ଇଟାଲୀ ଏବଂ ୟୁରୋପକୁ ପ୍ରବେଶ କରିଥିଲେ ବୋଲି ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର