ନୂଆଦିଲ୍ଲୀ : ସଂକ୍ରମଣ ବଢ଼ି ଚାଲିଛି। ବିଶ୍ବରେ ୩ କୋଟି ୩୬ ଲକ୍ଷ ୧୮ ହଜାରରୁ ଅଧିକ କରୋନା ସଂକ୍ରମିତ ହୋଇ ସାରିଥିବାବେଳେ ୧୦ ଲକ୍ଷରୁ ଅଧିକଙ୍କ କରୋନାରେ ମୃତ୍ୟୁ ହୋଇଛି। ବିଶ୍ବରେ ଏବେ ବି ୯୦ ପ୍ରତିଶତ ଲୋକ କରୋନା ସଂକ୍ରମିତ ହେବାର ଆଶଙ୍କା ରହିଛି। ସଂକ୍ରମଣ ବଢ଼ିବାରେ ଲାଗିଛି ଏବଂ ଯେଉଁ ସ୍ଥାନରେ ସଂକ୍ରମଣ ହୋଇନି ସେଠାକୁ ମଧ୍ୟ ଏହା ଅତି ସହଜରେ ବ୍ୟାପିଯିବ। ତେବେ ଖରାପ୍ ସମୟ ଏବେ ମଧ୍ୟ ଆସିନାହିଁ। ଏଥିପାଇଁ ଆହୁରି ଅଧିକ ସଚେତନ ରହି କାମ କରିବାକୁ ପଡ଼ିବ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଶୀର୍ଷ ବୈଜ୍ଞାନିକ ସୌମ୍ୟା ସ୍ବାମୀନାଥନ କହିଛନ୍ତି। ମହାମାରୀର ମୁକାବିଲା ଦିଗରେ ଆମେମାନେ ଯାହା କରୁଛେ ସେଥିରେ ଆତ୍ମସନ୍ତୁଷ୍ଟି ହେବାର ସମୟ ଏହା ନୁହେଁ। ମହାମାରୀକୁ ଭଲଭାବେ ମୁକାବିଲା କରିବା ପାଇଁ ଅନେକ କିଛି କରିବାକୁ ହେବ ବୋଲି ସେ କହିଛନ୍ତି।
‘ବିଶ୍ବ ଜନସଂଖ୍ୟାର ୯୦% ଏବେ ବି ସଂକ୍ରମିତ ହେବା ଆଶଙ୍କା ରହିଛି’
/sambad/media/post_attachments/wp-content/uploads/2020/09/coronavirus-india-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)