ନକଲି ରେମ୍‌ଡେସ୍‌ଭିର ଯୋଗାଣକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ଯୋଜନା, ନକଲି ଇଂଜେକ୍ସନ ନେଇଥିବା ୯୦% ରୋଗୀ ସୁସ୍ଥ!

ନୂଆଦିଲ୍ଳୀ: କରୋନା ସଂକ୍ରମଣର ଦ୍ବିତୀୟ ଲହରରେ ରେମ୍‌ଡେସିଭିର ଇଂଜେକ୍ସନର ଚାହିଦା ପ୍ରବଳ ଭାବେ ବଢ଼ିଯାଇଛି। ଇତିମଧ୍ୟରେ ବିଭିନ୍ନ ରାଜ୍ୟରେ ନକଲି ରେମ୍‌ଡେସିଭିର ବିକ୍ରି କରୁଥିବା ଲୋକ ଗିରଫ ହୋଇଥିବା ବେଳେ ବିପୁଳ ମାତ୍ରାରେ ନକଲି ଇଜେକ୍ସନ ଜବତ ହୋଇଛି। ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଏବଂ ଗୁଜରାଟ ଆଦି ରାଜ୍ୟରେ ନକଲି ରେମ୍‌ଡେସିଭିର ରୢାକେଟ୍‌ର ପର୍ଦ୍ଦାଫାସ ହୋଇଛି ଏବଂ ପୁଲିସ ଅଭିଯୁକ୍ତଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିବାକୁ ଯୋଜନା କରୁଛି।

ତେବେ ନକଲି ରେମ୍‌ଡେସିଭିର ନେଇଥିବା ରୋଗୀଙ୍କ ମଧ୍ୟରୁ ୯୦ ପ୍ରତିଶତ ଲୋକ ସୁସ୍ଥ ହୋଇଯାଇଥିବା ମଧ୍ୟ ପ୍ରଦେଶ ପୁଲିସର ତଦନ୍ତରୁ ସାମ୍ନାକୁ ଆସିଛି। ଏଭଳି ଘଟଣା ସମସ୍ତଙ୍କୁ ବିସ୍ମିତ କରିଛି। ନକଲି ଇଂଜେକ୍ସନରେ କେବଳ ଗ୍ଲୁକୋଜ ଏବଂ ଲୁଣ ଘୋଳ ରହିଥିବାରୁ ଏହି ମାମଲାର ପୁଙ୍ଖାନୁପୁଙ୍ଖ ଯାଞ୍ଚ ବିଶେଷଜ୍ଞ ଡାକ୍ତରଙ୍କ ଦ୍ବାରା କରାଯିବାକୁ ମଧ୍ୟ ଦାବି ହୋଇଛି। ନକଲି ଇଂଜେକ୍ସନଗୁଡ଼ିକ ୭୦୦ରୁ ୧୨୦୦ ଟଙ୍କା ମଧ୍ୟରେ ବିଭିନ୍ନ ବିକ୍ରି ହୋଇଥିଲା।

ସମ୍ବନ୍ଧିତ ଖବର