ପେଶାୱାର : ୯୦ ପ୍ରତିଶତ ଶିଖ୍ ଐତିହ୍ୟ ସ୍ଥଳ ପାକିସ୍ତାନରେ ରହିଛି ବୋଲି ଭାରତ ଜନ୍ମିତ ବ୍ରିଟିଶ ଐତିହାସିକ ବବି ସିଂ ବନ୍ସଲ ଦାବି କରିଛନ୍ତି। ଏସବୁ ଶିଖ୍ ଐତିହ୍ୟ ସ୍ଥଳ ବିଶେଷକରି ଖାଇବର ପକ୍ଟୁଙ୍ଖା ରାଜ୍ୟରେ ଅଛି। ପେଶାୱାରର ଭିକ୍ଟୋରିଆ ମେମୋରିଆଲ୍ ହଲ୍ରେ ଆୟୋଜିତ ‘କର୍ତାରପୁରରୁ ଖାଇବର ଗିରିପଥ’ ଶୀର୍ଷକ ଏକ କର୍ମଶାଳାରେ ଯୋଗଦେଇ ଐତିହାସିକ ବନ୍ସଲ କହିଛନ୍ତି ଯେ, ପାକିସ୍ତାନର କର୍ତାରପୁରରୁ ଖାଇବର ଗିରିପଥ ମଧ୍ୟରେ ଅଧିକାଂଶ ଶିଖ୍ ଐତିହ୍ୟ ସ୍ଥଳି, ପ୍ରାଚୀନ ଦୁର୍ଗ, ଯୁଦ୍ଧକ୍ଷେତ୍ର, ମନ୍ଦିର, ଗୁରୁଦ୍ବାର ରହିଛି। ଏହା ଯୋଗୁଁ ସେଠାକାର ପର୍ଯ୍ୟଟନ ଭିତ୍ତିଭୂମିର ମଧ୍ୟ ବିକାଶ ଘଟିଛି। ଖାଇବର ଜିଲ୍ଲାରେ ଥିବା ଜାମ୍ରୁଦ ଦୁର୍ଗକୁ ସର୍ବାଧିକ ପର୍ଯ୍ୟଟକ ଆସିଥାନ୍ତି ବୋଲି ବନ୍ସଲ କହିଛନ୍ତି। ସେହିଭଳି ଖାଇବରରେ ଶିଖ୍ ଶାସନ ସମୟରେ ଅନେକ ଆକର୍ଷଣୀୟ ନିର୍ମାଣ ହୋଇଥିଲା ଯାହା ଏବେ ବି ନିଜର ସୌନ୍ଦର୍ଯ୍ୟ ହରାଇନାହିଁ ବୋଲି ପନ୍ସଲ କହିଛନ୍ତି।
୯୦ % ଶିଖ୍ ଐତିହ୍ୟସ୍ଥଳ ପାକିସ୍ତାନରେ ରହିଛି
/sambad/media/post_attachments/wp-content/uploads/2019/11/sikh-temple.jpg)