ଇମ୍ପାଲ : ମଣିପୁର ସରକାରଙ୍କ ସୁରକ୍ଷା ପରାମର୍ଶଦାତା ଏକ ବଡ ଖୁଲାସା କରିଛନ୍ତି । ସେ ଶନିବାର (୨୧ ସେପ୍ଟେମ୍ବର ୨୦୨୪) ପ୍ରଥମ ଥର ପାଇଁ ସାର୍ବଜନୀନ ଭାବେ ସ୍ବୀକାର କରିଛନ୍ତି ଯେ ପଡ଼ୋଶୀ ମିଆଁମାରରୁ ମଣିପୁରରେ ଜଙ୍ଗଲ ଯୁଦ୍ଧ ଓ ଡ୍ରୋନ ପରିଚାଳନାରେ ତାଲିମପ୍ରାପ୍ତ ୯୦୦ କୁକି ଆତଙ୍କବାଦୀ ଅନୁପ୍ରବେଶ କରିଥିବା ତାଙ୍କୁ ଏକ ଗୁଇନ୍ଦା ରିପୋର୍ଟ ମିଳିଛି। ଏହି ଗୁଇନ୍ଦା ରିପୋର୍ଟକୁ ହାଲୁକା ଭାବେ ନିଆଯାଇ ପାରିବ ନାହିଁ ବୋଲି ମଣିପୁରର ସୁରକ୍ଷା ପରାମର୍ଶଦାତା କୁଲଦୀପ ସିଂହ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

Advertisment

ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଦକ୍ଷିଣ ମଣିପୁରର ଭାରତ-ମିଆଁମାର ସୀମାରେ ଥିବା ଜିଲ୍ଲାଗୁଡ଼ିକର ସମସ୍ତ ବରିଷ୍ଠ ପୁଲିସ ଅଧୀକ୍ଷକଙ୍କୁ ଗୁଇନ୍ଦା ରିପୋର୍ଟ ପଠାଯାଇଛି। ଗୁରୁବାର ପଠାଯାଇଥିବା ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ ୯୦୦ କୁକି ଆତଙ୍କବାଦୀ ନିକଟରେ ଡ୍ରୋନ ଆଧାରିତ ବୋମା, ପ୍ରୋଜେକ୍ଟାଇଲ, କ୍ଷେପଣାସ୍ତ୍ର ଏବଂ ଜଙ୍ଗଲ ଯୁଦ୍ଧର ତାଲିମ ନେଇ ମିଆଁମାରରୁ ମଣିପୁରରେ ପ୍ରବେଶ କରିଛନ୍ତି। ସେମାନେ ଆସିବା ପରେ ମଣିପୁର ସ୍ଥିତି ଆହୁରି ଖରାପ ହେବାର ଆଶଙ୍କା ରହିଛି ।

ମଣିପୁରର ଭାରତ-ମିଆଁମାର ସୀମାରେ ଥିବା ଜିଲ୍ଲାଗୁଡ଼ିକର ସମସ୍ତ ବରିଷ୍ଠ ପୁଲିସ ଅଧୀକ୍ଷକଙ୍କୁ ଗୁଇନ୍ଦା ରିପୋର୍ଟ ପଠାଯାଇଛି। ଗୁରୁବାର ପଠାଯାଇଥିବା ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ ୯୦୦ କୁକି ଆତଙ୍କବାଦୀ ନିକଟରେ ଡ୍ରୋନ ଆଧାରିତ ବୋମା, ପ୍ରୋଜେକ୍ଟାଇଲ, କ୍ଷେପଣାସ୍ତ୍ର ଏବଂ ଜଙ୍ଗଲ ଯୁଦ୍ଧର ତାଲିମ ନେଇ ମିଆଁମାରରୁ ମଣିପୁରରେ ପ୍ରବେଶ କରିଛନ୍ତି। ସେମାନେ ଆସିବା ପରେ ମଣିପୁର ସ୍ଥିତି ଆହୁରି ଖରାପ ହେବାର ଆଶଙ୍କା ରହିଛି ।

କୁକି ଆତଙ୍କବାଦୀମାନେ ୩୦ ଜଣ ଲେଖାଏଁ ସଦସ୍ୟ ବିଶିଷ୍ଟ ୟୁନିଟରେ ବିଭକ୍ତ ହୋଇ ରାଜ୍ୟର ବିଭିନ୍ନ ସ୍ଥାନକୁ ଯାଇଛନ୍ତି । ସେପ୍ଟେମ୍ବର ଶେଷ ସପ୍ତାହରେ ସେମାନେ ମେଇତେଇ ଗ୍ରାମଉପରେ ଅନେକ ସମନ୍ୱିତ ଆକ୍ରମଣ କରିପାରନ୍ତି ବୋଲି ସେ କହିଛନ୍ତି। ସାମ୍ବାଦିକ ସମ୍ମିଳନୀରେ କୁଲଦୀପ ସିଂହ କହିଛନ୍ତି ଯେ ରିପୋର୍ଟ ଶତ ପ୍ରତିଶତ ଠିକ୍ ବୋଲି ସେ ଭାବୁଛନ୍ତି। ଯେପର୍ଯ୍ୟନ୍ତ ଏହା ଭୁଲ୍ ପ୍ରମାଣିତ ନ ହୁଏ, ଆମେ ବିଶ୍ୱାସ କରୁ ଯେ ଏହା ଶତ ପ୍ରତିଶତ ସଠିକ୍, କାରଣ ଆପଣଙ୍କୁ ଯେକୌଣସି ଗୁଇନ୍ଦା ସୂଚନା କୁ ଶତ ପ୍ରତିଶତ ସଠିକ୍ ଭାବରେ ଗ୍ରହଣ କରିବାକୁ ପଡିବ ଏବଂ ସେଥିପାଇଁ ପ୍ରସ୍ତୁତ ରୁହନ୍ତୁ ।