ନୂଆଦିଲ୍ଲୀ : ଦେଶରେ ପାଇପ୍ଲାଇନ୍ କାର୍ଯ୍ୟରେ ସଞ୍ଚାଳନ ପାଇଁ ୯୦୦ ପାଇପ୍ ମିସ୍ତ୍ରି (ପ୍ଲମ୍ବର)ମାନଙ୍କର ଏକ ଡାଟାବେସ୍ ବା ତଥ୍ୟାବଳୀ ପ୍ରସ୍ତୁତ କରାଯାଇଛି। କେନ୍ଦ୍ର ଦକ୍ଷତା ବିକାଶ ମନ୍ତ୍ରାଳୟ ଅନ୍ତର୍ଗତ ଇଣ୍ଡିଆନ୍ ପ୍ଲମ୍ବିଂ ସ୍କିଲ୍ କାଉନ୍ସିଲ୍ ଦ୍ବାରା ଏହା ପ୍ରସ୍ତୁତ କରାଯାଇଛି। ଫଳରେ, ଦେଶରେ ଜାରି ରହିଥିବା ଲକ୍ଡାଉନ୍ ସ୍ଥିତିରେ ୯୦୦ରୁ ଅଧିକ ପାଇପ୍ ମିସ୍ତ୍ରିମାନେ ସେମାନଙ୍କର କାର୍ଯ୍ୟରେ ଯୋଗଦାନକୁ ସୁନିଶ୍ଚିତ କରିବେ। ସୂଚନା ଅନୁସାରେ, କରୋନା ମହାମାରୀ ପ୍ରକୋପରୁ ଉପୁଜିଥିବା ସ୍ଥିତିରେ ପାଇପ୍ ମିସ୍ତ୍ରିମାନଙ୍କର କାର୍ଯ୍ୟରେ ଯୋଗଦାନ ସମୟରେ ସେମାନଙ୍କର ସ୍ବାସ୍ଥ୍ୟଗତ ସୁରକ୍ଷାକୁ ନେଇ ଇଣ୍ଡିଆନ୍ ପ୍ଲମ୍ବିଂ ସ୍କିଲ୍ କାଉନ୍ସିଲ୍ ଦ୍ବାରା ବିଶେଷଜ୍ଞମାନଙ୍କ ସହାୟତାରେ ଗାଇଡ୍ଲାଇନ୍ ପ୍ରସ୍ତୁତ କରାଯାଇଛି। ପାଇପ୍ ମିସ୍ତ୍ରିମାନେ ଆବାସିକ ଭବନ, ଆପାର୍ଟମେଣ୍ଟ, ହସ୍ପିଟାଲ, ବାଣିଜ୍ୟିକ ପ୍ରତିଷ୍ଠାନମାନଙ୍କରେ କିଭଳି ପ୍ରତିଷେଧମୂଳକ ପଦକ୍ଷେପ ଗ୍ରହଣ କରଯିବ, ସେ ନେଇ ଗାଇଡଲାଇନ୍ରେ ଉଲ୍ଲେଖ କରାଯାଇଛି। ଡାଟାବେସ୍ରେ ୯୦୦ ପାଇପ୍ ମିସ୍ତ୍ରୀମାନଙ୍କ ମଧ୍ୟରେ ଓଡ଼ିଶାର ମିସ୍ତ୍ରି ମଧ୍ୟ ଥିବା ଜଣାପଡ଼ିଛି।
୯୦୦ ପାଇପ୍ ମିସ୍ତ୍ରିଙ୍କର ତଥ୍ୟାବଳୀ ପ୍ରସ୍ତୁତ
/sambad/media/post_attachments/wp-content/uploads/2020/04/plomber.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)